Cricket

ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନ କଥା ଜଣାଇଲେ ରୋହିତ

ବିଶ୍ୱକପ ୨୦୨୩ ପରେ ଭାରତୀୟ ଟିମର ପ୍ରଦର୍ଶନକୁ ରିଭ୍ୟୁ କରିବା ପରେ ବିସିସିଆଇ ଅଧିକାରୀ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ କଥାବାର୍ତ୍ତା ହୋଇଛି । ଏହି ବୈଠକରେ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡଙ୍କୁ ନେଇ ଆଲୋଚନା କରାଯାଇଥିଲା । ଏହା ପରେ ରୋହିତ ଶର୍ମା ବିସିସିଆଇ ଅଧିକାରୀଙ୍କୁ ଆଗାମୀ ଟି୨୦ ବିଶ୍ୱକପରେ ଖେଳିବାକୁ ନେଇ କହିଛନ୍ତି ।

ଖବର ମୁତାବକ, ରୋହିତ ବୋର୍ଡ ମେମ୍ବର୍ସଙ୍କୁ କହିଛନ୍ତି, ଯଦି ଆପଣ ଟି-୨୦ ବିଶ୍ୱକପ ପାଇଁ ମୋତେ ଚୟନ କରିବାକୁ ଚାହୁଁଛନ୍ତି, ତେବେ ଆଜିଠାରୁ କହିଦିଅନ୍ତୁ । ବୈଠକରେ ଥିବା ସମସ୍ତ ଅଧିକାରୀ, ଚୟନକର୍ତ୍ତା ଏବଂ କୋଚ୍‌ ରାହୁଲ ଦ୍ରାବିଡ ଏକମତ ଭାବେ ରୋହିତଙ୍କୁ ଟି୨୦ ବିଶ୍ୱକପ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି । ଚୟନକର୍ତ୍ତା ଟିମ୍‌ ରୋହିତ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ ଦାୟିତ୍ୱ ନିଅନ୍ତୁ ବୋଲି ଚାହୁଁଥିଲେ । ରୋହିତ କିଛିଦିନ ପାଇଁ ବ୍ରେକ ମାଗିଛନ୍ତି ।

Related posts

ସିଡନୀରେ ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ

Odisha Sports Bureau

ରାଜକୋଟରେ ଖେଳା ଯିବ ଭାରତ–ଇଂଲଣ୍ଡର ୩ୟ ଟେଷ୍ଟ ମ୍ୟାଚ

Odisha Sports Bureau

ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

Odisha Sports Bureau