Cricket

ଧୋନି ଓ କୋହଲିଙ୍କ ସହ ଏକାଭଳି ସମ୍ପର୍କ: ଗୌତମ ଗମ୍ଭୀର

ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ଦିନ ପୂର୍ବେ ଆଇପିଏଲରେ ଉଭୟ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ଯେଉଁ ଘଟଣା ଘଟିଥିଲା ତାହା କ୍ରିକେଟପ୍ରେମୀଙ୍କୁ ନିରାଶ କରିଥିଲା । ପଡିଆ ମଧ୍ୟରେ ଗମ୍ଭୀର ଓ କୋହଲିଙ୍କର ଏଭଳି ଆଭିମୁଖ୍ୟକୁ ସମସ୍ତେ ନାପସନ୍ଦ କରିଥିଲେ । ତେବେ ଦୀର୍ଘ ଦିନ ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗୌତମ ଗମ୍ଭୀର ।

ଗମ୍ଭୀର କହିଛନ୍ତି, ଆମ ଭିତରେ କୌଣସି ଯୁକ୍ତିତର୍କ ହେଲେ ତାହା ପଡିଆ ଭିତରେ ହିଁ ସୀମିତ ରହିଥାଏ । ବ୍ୟକ୍ତିଗତ ଭାବେ ଆମ ଭିତରେ କୌଣସି ମତଭେଦ ନାହିଁ । ଗମ୍ଭୀର କହିଛନ୍ତି, ନବୀନ ଉଲ୍ ହକ୍ ନିଜ ସ୍ଥାନରେ ଠିକ୍ ଥିଲେ । ତେଣୁ ମୁଁ ତାଙ୍କୁ ସାଥ ଦେଇଥିଲି । କେବଳ ନବୀନ ନୁହଁନ୍ତି ଯିଏ ଠିକ୍ ତାଙ୍କ ସହ ମୁଁ ମରିବା ପର୍ୟ୍ୟନ୍ତ ସାଥ୍ ଦେବି । ଅନେକ ଲୋକ ପଚାରୁଛନ୍ତି କୋହଲି ଓ ଧୋନୀଙ୍କ ସହ କେମିତି ସମ୍ପର୍କ? ସମସ୍ତେ ଜାଣିବା ଦରକାର ଧୋନୀ ଓ କୋହଲିଙ୍କ ସହ ଏକାଭଳି ସମ୍ପର୍କ । ଦେଶ ପାଇଁ ଏବେ ପର୍ୟ୍ୟନ୍ତ କୋହଲି ଯାହା କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ ସମ୍ମାନ କରେ ।

Related posts

ଲାଇଭ ମ୍ୟାଚରେ କାହିଁକି କମେଣ୍ଟ୍ରି ଛାଡି ହଠାତ୍ ଉଠିଆସିଲେ ସୁନୀଲ ଗାଭାସ୍କର?

Odisha Sports Bureau

ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ

Odisha Sports Bureau

ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା