Cricket

ଗତକାଲି ହୋଇଥିବା ଟି-୨୦ ମ୍ୟାଚରେ ୧୪୫ ରନରେ ଭାରତକୁ ହରାଇଛି ଓ୍ଵେଷ୍ଟଇଣ୍ଡିଜ

ତ୍ରିନିଦାନ: ଗତକାଲି ହୋଇଥିବା ଟି-୨୦ ମ୍ୟାଚରେ ଭାରତକୁ ହରାଇଛି ଓ୍ଵେଷ୍ଟଇଣ୍ଡିଜ । କାଲି ଓ୍ଵେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଘରୋଇ ଇଣ୍ଡିଜ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୪୯ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋଭମ୍ୟାନ ପାଓ୍ଵେଲ ୪୮ ରନ ଏବଂ ନିକୋଲାସ ପୂରନ ୪୧ ରନ କରିଥିଲେ।ଜବାବରେ ଭାରତୀୟ ଦଳ ବ୍ୟାଟିଂ ବିଫଳତା ଯୋଗୁଁ ୯ ଓ୍ଵିକେଟ୍ ହରାଇ ୧୪୫ ରନରେ ସୀମିତ ରହିଥିଲା। ତିଳକ ବର୍ମା ସର୍ବାଧିକ ୩୯ ରନ କରିଥିଲେ ହେଁ ବାକି ବ୍ୟାଟର ଦୟନୀୟ ପ୍ରଦର୍ଶନ କରିଥିଲେ।

୧୫୦ ରନର ସହଜ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତ ଦଳୀୟ ସ୍କୋର ୫ ରନରେ ଶୁଭମାନ ଗିଲ(୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଇଶାନ କିଷନ ଏବଂ ସୂର୍ୟ୍ୟକୁମାର ଯାଦବ ଦ୍ଵିତୀୟ ଓ୍ଵିକେଟ୍ରେ ୨୩ ରନ ଯୋଡ଼ିଥିଲେ। ଇଶାନ କିଷଣ(୬) ଦିନିକିଆ ସିରିଜର ପ୍ରଦର୍ଶନ ପ୍ରଥମ ଟି-୨୦ରେ ଦୋହରାଇ ପାରିନଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଦଳର ନିର୍ଭରଯୋଗ୍ୟ ବ୍ୟାଟର ସୂର୍ୟ୍ୟକୁମାର ଯାଦବ ୨୧ ରନ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା।

Related posts

ମୋବାଇଲ ଆପ୍ଲିକେସନ୍ ଡିଜ୍ନୀ ହଟଷ୍ଟାରରେ ମାଗଣାରେ ଦେଖିପାରିବେ ଟି-୨୦ ବିଶ୍ୱକପ୍ର ସମସ୍ତ ମ୍ୟାଚ୍

ଦିନିକିଆ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡ଼ିୟମ ବୁଲି ଅନୁଧ୍ୟାନ କଲେ ମନ୍ତ୍ରୀ

Odisha Sports Bureau

ଖେଳରୁ ସନ୍ନ୍ୟାସ ଘୋଷଣା କଲେ ଅମ୍ବାତି ରାଇଡୁ