Football

ଇଣ୍ଟର୍‌କଣ୍ଟିନେଣ୍ଟାଲ କପ୍ ଫାଇନାଲ୍ ରେ ଭାରତର

ଭୁବନେଶ୍ୱର: ଭାନୁଆତୁକୁ ହରାଇ ଫାଇନାଲରେ ଭାରତ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟର୍କଣ୍ଟିନେଣ୍ଟାଲ କପ୍ରେ ଭାରତର ବିଜୟ ଜାରି ରହିଛି। ପ୍ରଥମ ମ୍ୟାଚ୍ରେ ମଙ୍ଗୋଲିଆକୁ ୨-୦ରେ ହରାଇଥିବା ଭାରତ ସୋମବାର ଦ୍ବିତୀୟ ମ୍ୟାଚ୍ରେ ଭାନୁଆତୁକୁ ୧-୦ ଗୋଲ୍ରେ ପରାସ୍ତ କରିଛି। ଫଳରେ ଭାରତ ୨ ମ୍ୟାଚ୍ରୁ ୨ଟି ଜିତି ୬ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହି ଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି। ଭାରତ ଗୁରୁବାର ଶେଷ ଲିଗ୍ ମ୍ୟାଚ୍ରେ ଲେବାନନକୁ ଭେଟିବ। ଲେବାନନ (୩ ପଏଣ୍ଟ) ଦ୍ବିତୀୟ, ମଙ୍ଗୋଲିଆ (୧ ପଏଣ୍ଟ) ତୃତୀୟ ଏବଂ ଭାନୁଆତୁ (ପଏଣ୍ଟଶୂନ୍ୟ) ଚତୁର୍ଥରେ ରହିଛି। ସୋମବାର ମ୍ୟାଚ୍ରେ ଆୟୋଜକ ଭାରତ ୧୬୪ ମାନ୍ୟତାପ୍ରାପ୍ତ ଭାନୁଆତୁ ଉପରେ ଆରମ୍ଭରୁ ଆକ୍ରମଣ କରିଥିଲା। ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଓଡ଼ିଶା ଏଫ୍ସି ତାରକା ନନ୍ଦକୁମାର ଶେକର ପ୍ରଥମ ୧୦ ମିନିଟ୍ ମଧ୍ୟରେ ଭାନୁଆତୁ ଗୋଲ୍ ପୋଷ୍ଟକୁ ଦୁଇଟି ସଟ୍ ମାରିଥିଲେ ମଧ୍ୟ ଏହା ବାହାରକୁ ଚାଲିଯିବାରୁ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେବାରୁ ବଞ୍ଚିତ ହୋଇଥିଲା।
ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଭାରତ ପୁଣି ସେହି ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିଥିଲା। ମହେଶ ସିଂହଙ୍କ ପାସ୍କୁ ଅଧିନାୟକ ସୁନିଲ ଛେତ୍ରୀ ନେଇ ଭାନୁଆତୁ ଗୋଲ୍ ପୋଷ୍ଟର ନିକଟବର୍ତ୍ତୀ ହୋଇଥିଲେ।ତେବେ ୮୦ତମ ମିନିଟ୍ରେ ଶୁଭାଶିଷଙ୍କ ପାସ୍କୁ ଛେତ୍ରୀ କୌଣସି ଭୁଲ୍ ନକରି ଭାନୁଆତୁ ଗୋଲ୍ ପୋଷ୍ଟକୁ ବଲ୍ ପଠାଇ ଭାରତକୁ ଅଗ୍ରଣୀ ଦେଇଥିଲେ। ଛେତ୍ରୀଙ୍କ ଏହା ୮୬ତମ ଅନ୍ତର୍ଜାତୀୟ ଗୋଲ୍ ହୋଇଥିଲା। ଏହା ପରେ ଆଉ ଗୋଲ୍ ନ ହେବାରୁ ଭାରତ ୧-୦ ବ୍ୟବଧାନରେ ବିଜୟୀ ହୋଇଥିଲା।

Related posts

ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ

Odisha Sports Bureau

୧୬ନଂ ଜର୍ସିକୁ ଦିଆଜିବ ଅବସର

Odisha Sports Bureau

ଭାରତ-ବାଙ୍ଗଲାଦେଶ ମ୍ୟାଚ୍ ୧-୧ ଗୋଲ ସହିତ ଡ୍ର ରେ ଶେଷ ହୋଇଛି

Odisha Sports Bureau