Football

ଭାରତ-ବାଙ୍ଗଲାଦେଶ ମ୍ୟାଚ୍ ୧-୧ ଗୋଲ ସହିତ ଡ୍ର ରେ ଶେଷ ହୋଇଛି

(ଓଡିଶା ସ୍ପୋର୍ଟସ): ଫିଫା ୱାଲର୍ଡ କପ୍ ର କ୍ୱାଲିଫାୟାର ମୁକାବିଲାରେ ଭାରତୀୟ ଫୁଟବଲ ଟିମ୍ ବାଙ୍ଗଲାଦେଶ ସହିତ ୧-୧ରେ ବରାବରିରେ ଶେଷ କରିଥିଲେ । ଏସିଆ ଚମ୍ପିଆନ କତରଙ୍କ ବିପକ୍ଷରେ ଗୋଲରହିତ ଡ୍ର ପରେ ଭାରତୀୟ ଟିମ୍ ଗ୍ରୁପ୍-ଇ ର ଦ୍ୱିତୀୟ ପର୍ଯ୍ୟାୟରେ ମଙ୍ଗଳବାର ଦିନ ବାଙ୍ଗଲାଦେଶ ବିପକ୍ଷରେ ଶେଷ ସମୟରେ ମ୍ୟାଚ୍ ‘ଡ୍ର’ରେ ରହିଥିଲା । ୯ ବର୍ଷ ପରେ କଲିକତାର ସାଲ୍ଟଲେକ ଷ୍ଟାଡିୟମ୍ ରେ ଖେଳା ଯାଇଥିବା ସିନିୟର ପୁରୁଷ ଟିମ୍ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦର୍ଶକମାନଙ୍କ ଗହଣରେ ଭରିଯାଇଥିଲା । ଅବଶ୍ୟ ସୁନିଲ ଛେତ୍ରୀଙ୍କ କ୍ୟାପଟେନରେ ଭାରତୀୟ ଟିମ୍ ଉପରେ ବାଙ୍ଗଲାଦେଶ ଟିମ୍ ପୁରା ମ୍ୟାଚରେ ପ୍ରଭାବଶଳୀ ରହିଥିଲା ଏବଂ ଶେଷ ସମୟ ପର୍ଯ୍ୟନ୍ତ ୧-୦ ସହିତ ଆଗୁଆ ରହିଥିଲା । କିନ୍ତୁ ମ୍ୟାଚର ୮୯ତମ ମିନିଟରେ ଆଦିଲ ଖାନଙ୍କ ହେଡର ସାହାଯ୍ୟରେ ଭାରତୀୟ ଟିମ୍ ନିଜର ଏକକ ଗୋଲ କରିବାରେ ସଫଳ ରହିଥିଲେ ଏବଂ ମ୍ୟାଚକୁ ‘ଡ୍ର’ କରାଇଥିଲେ । ଦୁଇଟି ମ୍ୟାଚ୍ ‘ଡ୍ର’ ପରେ ଭାରତୀୟ ଟିମ୍ ଦୁଇଟି ଅଙ୍କ ସହିତ ଗ୍ରୁପର ଚତୁର୍ଥ ସ୍ଥାନରେ ରହିଛି ।

Related posts

ଏସଏଏଫଏଫ୍ ୟୁ-୧୮: ‘ଡ୍ର’ରେ ଶେଷ ହେଲା ଭାରତ-ବାଙ୍ଗଲାଦେଶ ମୁକାବିଲା

Odisha Sports Bureau

ଏଏଫସି ଅଣ୍ଡର ୧୬ ଫୁଟବଲ ଚମ୍ପିଆନସିପ୍ ରେ ତୁର୍କମେନୀସ୍ତାନଙ୍କୁ ପରାସ୍ତ କଲା ଭାରତ

Odisha Sports Bureau

ସୁପର କପ ଜିତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଫସି ଖେଳାଳି