Cricket

ବାରବାଟୀରେ ୱେଷ୍ଟଇଣ୍ଡିଜ-ଭାରତ ମ୍ୟାଚ ଆଶା ଉଜ୍ଜୀବିତ

(ଓଡିଶା ସ୍ପୋର୍ଟସ ): ଓଡ଼ିଶା କିକ୍ରେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଓ୍ଵେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ୩ୟ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଡିସେମ୍ବର ୨୨ରେ ଖେଳାଯିବ। ଏନେଇ ଆଜି ବିସିସିଆଇ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । କିନ୍ତୁ ବାତ୍ୟା ଯୋଗୁଁ ଷ୍ଟାଡ଼ିୟମ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି। ବାରବାଟୀ ମରାମତି ପାଇଁ ବିସିସିଆଇ ଆବଶ୍ୟକ ଆର୍ଥିକ ସହାୟତା ଦେବ । ଏନେଇ ବିସିସିଆଇ କର୍ତ୍ତୃପକ୍ଷ ଦୃଢ ପ୍ରତିଶ୍ରୁତି ଦେଇଥିବା ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

ଚଳିତବର୍ଷ ଡିସେମ୍ବରରେ ଦୁଇ ଦଳ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ଭାଇଜାଗ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।

Related posts

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲକରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲା

Odisha Sports Bureau

ଭାରତର ବିଶାଳ ସ୍କୋର,ସିରିଜ ବରାବର ଲକ୍ଷ୍ୟରେ ଅଷ୍ଟ୍ରେଲିଆ

Odisha Sports Bureau

ପାଣ୍ଡ୍ୟାଙ୍କ ଭୁଲ ପାଇଁ ଖେଳାଳିଙ୍କ ଉପରେ ମୋଟା ଅଙ୍କର ଫାଇନ