Football

୧୬ନଂ ଜର୍ସିକୁ ଦିଆଜିବ ଅବସର

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ତାରକା ଗୋଲକିପର ପିଆର ଶ୍ରୀଜେଶଙ୍କ ସମ୍ମାନାର୍ଥେ ଏକ ବଡ଼ ନିଷ୍ପତ୍ତି ନେଇଛି ହକି ଇଣ୍ଡିଆ। ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬କୁ ଅବସର ଦେବାକୁ ହକି ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଷ୍ଟାର ଖେଳାଳି ନିକଟରେ ଶେଷ ହୋଇଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ଦେଶକୁ କାଂସ୍ୟ ପଦକ ଦେବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଥିଲେ।  ଏହାପରେ ସେ ସନ୍ନ୍ୟାସ ଘୋଷଣା କରିଥିଲେ।

ହକି ଇଣ୍ଡିଆର ମହାସଚିବ ଭୋଲା ନାଥ ସିଂହ ଘୋଷଣା କରିଛନ୍ତି ଯେ, ପ୍ରାୟ ଦୁଇ ଦଶନ୍ଧି ଧରି ୧୬ ନମ୍ବର ଜର୍ସି ପିନ୍ଧୁଥିବା ୩୬ ବର୍ଷୀୟ ଶ୍ରୀଜେଶ କନିଷ୍ଠ ହକି ଦଳର ଜାତୀୟ ପ୍ରଶିକ୍ଷକ ଦାୟିତ୍ଵ ବହନ କରିବେ। ସେ ଆହୁରି କହିଛନ୍ତି, ‘‘ଶ୍ରୀଜେଶ ଏବେ କନିଷ୍ଠ ଦଳର ପ୍ରଶିକ୍ଷକ ହେବାକୁ ଯାଉଛନ୍ତି ଏବଂ ଆମେ ବରିଷ୍ଠ ଦଳ ପାଇଁ ୧୬ ନମ୍ବର ଜର୍ସିକୁ ଅବସର ଦେଉଛୁ। ଆମେ କନିଷ୍ଠ ଦଳ ପାଇଁ ୧୬ ନମ୍ବର ଜର୍ସିରୁ ଅବସର ନେଉନାହୁଁ।’’

Related posts

ସେମିଫାଇନାଲ୍‌ରେ ବିଶ୍ୱର ଶୀର୍ଷ ୪ ଦଳ

ଫିଫା ବିଶ୍ୱକପ ଆୟୋଜନ କରି ନୂଆ ଇତିହାସ ରଚିଛି କାତାର

Odisha Sports Bureau

“ଅଲ ଓଡିଶା ଇଣ୍ଟର ଡିଷ୍ଟିକ ସିନିୟର ଓମେନ ରଗବୀ ଚାମ୍ପିଆନସିପ ୨୦୨୪’