Tennis

ସରିଲା ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର

ନୂଆଦିଲ୍ଲୀ : ସରିଲା ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର । କାରଣ ସେ ଶେଷ ଗ୍ଳାଣ୍ଡସ୍ଲାମ ଖେଳୁଥିବା ଫାଇନାଲ ମ୍ୟାଚରେ ହାରି ଯାଇଛନ୍ତି । ଏହାସହ ସେ ଅଷ୍ଟ୍ରେଲିଆ ରନର୍ସଅପ୍ ସହ ନିଜେ ଟେନିସ କ୍ୟାରିୟରକୁ ଅଲବିଦା କହିଛନ୍ତି ସାନିଆ। ସାନିଆ ନିଜ କ୍ୟାରିୟରରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇଛନ୍ତି । ସାନିଆ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟତମ ଭାରତୀୟ ଷ୍ଟାର ରୋହନ ବୋପାନ୍ନାଙ୍କୁ ସାଥୀ କରି ସାନିଆ ଅଷ୍ଟ୍ରେଲିଆ ଓପନରେ ନିଜର ଦମ ଦେଖାଇଥିଲେ। ତେବେ ଫାଇନାଲ ମ୍ୟାଚରେ ଏହି ଭାରତୀୟ ଯୋଡ଼ିଙ୍କୁ ହାରିବାକୁ ପଡ଼ିଛି। ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସ ଫାଇନାଲ ମ୍ୟାଚ୍ରେ ସାନିଆ-ବୋପାନ୍ନା ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି । ଭାରତୀୟ ଯୋଡ଼ି ପ୍ରଥମ ସେଟ୍ରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ୬-୭(୨)ରେ ହାରିଥିଲେ। ସେହିପରି ଦ୍ୱିତୀୟ ସେଟକୁ ଷ୍ଟେଫାନି ଓ ରାଫେଲ ଯୋଡ଼ି ୬-୨ରେ ବାଜିମାତ କରିଥିଲେ।

Related posts

ଅଷ୍ଟ୍ରେଲିଆନ୍ ଓପନ: ତୃତୀୟ ରାଉଣ୍ଡରୁ ବିଦାୟ ନେଲେ ସିମୋନା ହାଲେପ୍

Odisha Sports Bureau

ଫ୍ୟାନ୍ସ ତାରକା ଭେନେସା ସିଆରା କିଏ?

Odisha Sports Bureau

ୟୁଏସ୍ ଓପନ: ୨୦୧୩ ପରେ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ ଜିତିବାରେ ସୁମିତ ହେଉଛନ୍ତି ପ୍ରଥମ ଭାରତୀୟ

Odisha Sports Bureau