Badminton

ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ : ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ | ସଫଳତା ପରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପୁଣି ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଯୋଡ଼ି ହୋଇପାରିଛନ୍ତି। ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ର ଦ୍ୱିତୀୟ ରାଉଣ୍ଡରେ ପରାଜୟ ପରେ ଭାରତୀୟ ଯୋଡ଼ି ୩ନମ୍ବର ସ୍ଥାନକୁ ଖସି ଆସିଥିଲା। ପରେ ଚାଇନାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସାତ୍ତ୍ୱିକ ଆଘାତପ୍ରାପ୍ତ ହେବାରୁ ଏହି ଯୋଡ଼ିଙ୍କୁ ସ୍ବାକଓଭର ଦେବାକୁ ହୋଇଥିଲା।

ଥାଇଲାଣ୍ଡ ଓପନରେ ସେମାନେ କିନ୍ତୁ ଦୃଢ ପ୍ରତ୍ୟାବର୍ତ୍ତନ କରି ରବିବାର ଫାଇନାଲରେ ଚାଇନାର ଚେନ୍‌ ବୋ ୟାଙ୍ଗ ଓ ଲିୟୁ ୟି ଯୋଡ଼ିଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ସିଜନରେ ସେମାନଙ୍କର ଦ୍ୱିତୀୟ ଟାଇଟଲ ଜିତିଥିଲେ। ମଙ୍ଗଳବାର ପ୍ରକାଶିତ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ର଼୍ୟାଙ୍କିଙ୍ଗ ତାଲିକାରେ ସେମାନେ ୯୯୬୭୦ ପଏଣ୍ଟ ସହ ଦୁଇ ସ୍ଥାନ ପଦୋନ୍ନତି ପାଇ ୫ ସପ୍ତାହ ପରେ ପୁଣି ପ୍ରଥମ ସ୍ଥାନକୁ ଫେରିଛନ୍ତି। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ଗୋଟିଏ ସ୍ଥାନ ତଳଖୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଏଚ୍‌. ଏସ୍‌. ପ୍ରଣୟ ତାଙ୍କ ୯ନମ୍ବର ସ୍ଥାନ ବଜାୟ ରଖିଛନ୍ତି।

ପୁରୁଷ ସିଙ୍ଗଲ୍ସ ଟପ୍‌ ୧୦ରେ ସେ ଜଣେ ମାତ୍ର ଭାରତୀୟ ସ୍ଥାନ ପାଇଛନ୍ତି। ଲକ୍ଷ୍ୟ ସେନ୍‌ ୩ ସ୍ଥାନ ତଳଖୁ ଖସି ୧୪ତମ ସ୍ଥାନକୁ ଚାଲି ଆସୁଛନ୍ତି। କିଡାମ୍ବି ଶ୍ରୀକାନ୍ତ (୨୬ତମ), ପ୍ରିୟାଂଶୁ ରାଜାଓ୍ବତ (୩୩ ତମ) ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସି ଆସିଥିବା ବେଳେ କିରଣ ଜର୍ଜ ୩୬ତମ ସ୍ଥାନକୁ ଚାଲି ଆସିଛନ୍ତି। ମହିଳା ଡବଲ୍ସରେ ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପ୍ପା ଦୁଇ ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନରେ ଅଛନ୍ତି। ଭାରତର ସେମାନେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗପ୍ରାପ୍ତ ଯୋଡ଼ି।

Related posts

ଜାନୁଆରୀ ୨୩ରୁ ଏକାଦଶ ସେକ୍ରେଟାରିଏଟ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ

Odisha Sports Bureau

ବ୍ୟାଟମିଣ୍ଟନ କ୍ୱାର୍ଟରରେ ପିଭି ସିନ୍ଧୁ

Odisha Sports Bureau

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

Odisha Sports Bureau