Badminton

ଓଡିଆ ହିରୋଙ୍କୁ ସ୍ୱାଗତ

ଭୁବନେଶ୍ୱର: ଓଡିଶାକୁ ଫେରିଲେ ରାଜ୍ୟ ପାଇଁ ତଥା ଦେଶ ପାଇଁ ଗୌରବ ଆଣିଥିବା ଓଡିଆ ମାଟିର ସୁନା ପୁଅ । ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓଡିଆ ପୁଅ ପ୍ରମୋଦ ଭଗତ ଆଜି ଆସି ଓଡିଶାରେ ପହଞ୍ଚିଛନ୍ତି । ରାଜଧାନୀ ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡିଶାର ମଉଡମଣୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଓଡିଶାବାସୀ । ଟୋକିଓ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଓଡିଶା ପାଇଁ ଇତିହାସ ରଚିଛନ୍ତି ପ୍ରମୋଦ । ଏହାପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ୬ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଛି । ଏହା ସହିତ ତାଙ୍କୁ ଗୃପ ‘ଏ’ ଚାକିରିରେ ନିୟୋଜିତ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଛି ।

Related posts

କମନୱେଲଥ ଗେମରୁ ବାଦ ପଡିଲେ ପିଭି ସିନ୍ଦୁ

Odisha Sports Bureau

ବିଶ୍ୱ ବ୍ୟାଡ଼ମିଣ୍ଟନ ଚମ୍ପିୟନସିପ: ସ୍ୱର୍ଣ୍ଣ ପାଇଁ ସିନ୍ଧୁଙ୍କ ଲଢେଇ

Odisha Sports Bureau

ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ମନା କରିବା ପଡିଲା ମହଙ୍ଗା

Odisha Sports Bureau