Badminton

ବ୍ୟାଟମିଣ୍ଟନ କ୍ୱାର୍ଟରରେ ପିଭି ସିନ୍ଧୁ

ଦୁବାଇ: ଦୁବାଇରେ ଚାଲିଥିବା ଏସିଆ ବ୍ୟାଟମିଣ୍ଟନ କ୍ୱାର୍ଟରଫାଇନାଲ୍ରେ ପହଞ୍ଚି ଛନ୍ତି ଭାରତୀୟ ତରକା । ପିଭି ସିନ୍ଧୁଙ୍କ ସହ ଏଚ୍ଏସ୍ ପ୍ରଣୟ ସହ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ- ଚିରାଗ ସେଟ୍ଟୀ ଏବଂ ମିଶ୍ରିତ ଯୁଗଳ ଯୋଡ଼ି ରୋହନ କାପୁର-ସିକ୍କି ରେଡ୍ଡୀ ପ୍ରବେଶ କରିଛନ୍ତି।
ଗୁରୁବାର ପୁରୁଷ ଏକକ ପ୍ରିକ୍ବାର୍ଟରଫାଇନାଲ୍ରେ ପ୍ରଣୟ ୨୧-୧୬, ୫-୨୧, ୨୧-୧୮ରେ ଇଣ୍ଡୋନେସିଆର ଡ୍ବି ୱାର୍ଡୋୟୋଙ୍କୁ ପରାସ୍ତ କରିଥିଲେ। ତେବେ କିଦାମ୍ବି ଶ୍ରୀକାନ୍ତ ୧୪-୨୧, ୨୨-୨୦, ୯-୨୧ରେ ଜାପାନର କୋଦାଇ ନାରାଓକାଙ୍କଠୁ ହାରି ବିଦାୟ ନେଇଛନ୍ତି। ମହିଳା ଏକକରେ ୨ ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁ ୨୧-୧୨, ୨୧-୧୫ରେ ଚୀନ୍ର ହାଁ ୟୁଇଙ୍କୁ ମାତ୍ ଦେଇଥିଲେ।ପୁରୁଷ ଯୁଗଳରେ ସାତ୍ତ୍ବିକ ଓ ଚିରାଗ ୨୧-୧୧, ୨୧-୧୩ରେ କୋରିଆ ଯୋଡ଼ି ଜିନ ୟଙ୍ଗ ଓ ନା ସୁଙ୍ଗ ସିଉଙ୍ଗଙ୍କୁ ହରାଇଥିଲେ। ତେବେ ଅନ୍ୟ ଏକ ଭାରତୀୟ ଯୋଡ଼ି ସୁମିତ ରେଡ୍ଡୀ ଓ ଅଶ୍ବିନୀ ପୋନ୍ନାପ୍ପା ୧୫-୨୧, ୧୭-୨୧ରେ ତାଇୱାନର ଚାଙ୍ଗ କୋ ଚି ଓ ଲି ଚି ଚେନ୍ଙ୍କଠୁ ହାରି ବିଦାୟ ନେଇଥିଲେ। ସେହିପରି ମହିଳା ଯୁଗଳ ଯୋଡ଼ି ତ୍ରିଷା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଓହରିଯିବାରୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ କୋରିଆର ଜଓଙ୍ଗ ନା ଇଉଁ ଓ କିମ ହି ଜିଓଙ୍ଗ କ୍ବାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି।

Related posts

ଭାରତ ଫେରିବା ପରେ ଛାତିଥରା କାହାଣୀ ବଖାଣିଲେ ପି.ଭି ସିନ୍ଧୁ…

ମୋଦୀଙ୍କୁ ସାକ୍ଷାତ କଲେ ସିନ୍ଧୁ, ମେଡ଼ାଲ ପିନ୍ଧାଇ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ

Odisha Sports Bureau

ପୁଣି ସ୍ୱର୍ଣ୍ଣ ଦେଲେ ଭଗତ

Odisha Sports Bureau