Wrestling

ରେସଲରଙ୍କ ଉପରେ ବର୍ଷିଲେ ପିଟି ଉଷା

ଦିଲ୍ଲୀ:ଗତ କିଛି ଦିନ ହେଲା ଅଲମ୍ପିକ ସଂଘର କୁସ୍ତିଯେଦ୍ଧାମାନେ ଦିଲ୍ଲୀର ଜନତର ମନତରରେ ଧାରଣାରେ ବସିଛନ୍ତି । କୁସ୍ତିଯେଦ୍ଧା ଉପରେ ବର୍ଷିଛନ୍ତି ଆଇଓଏ ସଭାପତି ପ୍ରିତି ଉସା । କୁସ୍ତିଯୋଦ୍ଧାମାନେ ଆମ ପାଖକୁ ଆସିବା ପରିବର୍ତ୍ତେ ପୁଣି ଥରେ ରାସ୍ତାକୁ ବାହାରିବା ସେମାନଙ୍କର ବିଶୃଙ୍ଖଳିତ ଆଚରଣକୁ ଦର୍ଶାଉଛି। ଏହି ଘଟଣାରେ ଆମେ କେବଳ କୁସ୍ତିଯୋଦ୍ଧାଙ୍କ ସହିତ ଛିଡ଼ା ହେବାକୁ ଚାହୁଁଛୁ ତାନୁହେଁ, ବରଂ ଯେଉଁମାନେ ବି ଭାରତକୁ ପ୍ରତିନିଧିତ୍ବ କରିଛନ୍ତି ସମସ୍ତଙ୍କ ପାଇଁ ସମାନ ଭାବନା ରହିଛି । କହିଛନ୍ତି ତାରକା ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଦେଶର ଭାବମୂର୍ତ୍ତିକୁ ଖରାପ କରୁଛି। ବିଶ୍ବସ୍ତରରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେଣୁ ଏପରି ନକାରାତ୍ମକ ପ୍ରଚାର ଦେଶ ପାଇଁ ଆଦୌ ଭଲ ନୁହେଁ ବୋଲି ଉଷା କହିଛନ୍ତି। ଦେଶର ଆଇନ୍ ପରିସରରେ ରହି ନିଜ ଅଭିଯୋଗ ଉପସ୍ଥାପନ କରାଯିବା ଉଚିତ୍ ବୋଲି ଉଷା କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଆଇଓଏ ଏକ ୩ ଜଣିଆ ଆଡହକ୍ କମିଟି ଗଠନ କରି ଭାରତୀୟ କୁସ୍ତି ସଂଘର ଦୈନଦିନ ବ୍ୟାପାର ବୁଝିବାକୁ ଦାୟିତ୍ବ ଦେଇଛି।

Related posts

ଏସୀୟ କ୍ରୀଡ଼ା ପାଇଁ ଦଳ ଘୋଷଣା କଲା ଭାରତୀୟ କୁସ୍ତି ମହାସଂଘ

ରେସଲରଙ୍କୁ ଯୌନ ନିର୍ଜାତନା ମାମଲାରେ ଏଫଆଇଆର ରଜୁ କରିବାକୁ ସୁପ୍ରିମକୋଟ ଦ୍ୱାରସ୍ଥ ହୋଇଛନ୍ତି କୁସ୍ତିଯୋଦ୍ଧା ସଂଘ

Odisha Sports Bureau

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତି

Odisha Sports Bureau