Wrestling

ରେସଲରଙ୍କୁ ଯୌନ ନିର୍ଜାତନା ମାମଲାରେ ଏଫଆଇଆର ରଜୁ କରିବାକୁ ସୁପ୍ରିମକୋଟ ଦ୍ୱାରସ୍ଥ ହୋଇଛନ୍ତି କୁସ୍ତିଯୋଦ୍ଧା ସଂଘ

ନୂଆଦିଲ୍ଲୀ: ରେସଲରଙ୍କୁ ଯୌନ ନିର୍ଜାତନା ମାମଲାରେ ଏଫଆଇଆର ରଜୁ କରିବାକୁ ସୁପ୍ରିମକୋଟ ଦ୍ୱାରସ୍ଥ ହୋଇଛନ୍ତି କୁସ୍ତିଯୋଦ୍ଧା ସଂଘ । ଗତ କାଲିଠାରୁ ରାତିରୁ ଆଜି ଦିନ ତମାମ ସେମାନେ ଧାରଣାରେ ବସିଛନ୍ତି । କହିଛନ୍ତି ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଛି, ସେ ପର୍ଯ୍ୟନ୍ତ ନା ଆମେ ଖାଇବୁ ନା ଶୋଇବୁ । ଏଭଳି ଚେତାବନୀ ଦେଇଛନ୍ତି ରେସଲର । କୁସ୍ତି ଯୋଦ୍ଧା ବିନେଶ ଫୋଗାଟ,ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ନିଜ ସାଥୀସହ ଯନ୍ତର ମନ୍ତରରେ ଧାରଣାରେ ବସିଛନ୍ତି ।
କୁସ୍ତି ସଂଘର ସଭାପତି ବ୍ରିଜଭୂଷଣଙ୍କୁ ହଟାଇବା ଦାବିରେ ଧାରଣାରେ ବସିଛନ୍ତି । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ନେଇ ପୂର୍ବରୁ ଅଭିଯୋଗ ଆଣିଥିଲେ। ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କେନ୍ଦ୍ର ଦିଲ୍ଲୀର କନଟ୍ ପ୍ଲେସ୍ ଥାନାରେ ୭ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଅଥଚ ଏଯାଏଁ କୌଣସି କାର୍ୟ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ।
ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଏବେ ଯାଏ ଅଭିଯୁକ୍ତ ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଇନାହିଁ କି ତାକୁ ବହିଷ୍କାର କରାଯାଇ ନାହିଁ । ତେଣୁ କୁସ୍ତିସଂଘ ଆଗକୁ କିପରି ଏହିପରି ଧାରଣାରେ ବସିବେ ଯେ ପର୍ଯ୍ୟନ୍ତ କୁସ୍ତି ସଂଘ ସଭାପତି ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଇନି । ତେବେ ଏନେଇ ବ୍ରିଜଭୂଷଣ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Related posts

ଏସୀୟ କ୍ରୀଡ଼ା ପାଇଁ ଦଳ ଘୋଷଣା କଲା ଭାରତୀୟ କୁସ୍ତି ମହାସଂଘ

ଜାତୀୟ ଚାମ୍ପିୟନଶିପରେ ଖେଳିବେ ନାହିଁ ସୁଶୀଲ

Odisha Sports Bureau

ପରିସ୍ରା ନମୁନା ନଦେବା ମହଙ୍ଗା ସାବ୍ୟସ୍ତ : ନିଲମ୍ବନ ହେଲେ ବଜରଙ୍ଗ ପୁନିଆ

Odisha Sports Bureau