Cricket

ଅର୍ଶଦୀପ ସିଂଙ୍କ ବଲ୍ରେ ଭାଙ୍ଗିଲା ଷ୍ଟମ୍ପ, ଯାହାର ମୂଲ୍ୟ ୩୨ ରୁ ୪୧ ଲକ୍ଷ ଟଙ୍କା

ମୁମ୍ବାଇ: ୱାଙ୍ଖ୍ଡେ ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ୨୧୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରୋହିତ ଶର୍ମାଙ୍କ ନେତୃ୍ତ୍ବାଧୀନ ମୁମ୍ବାଇ ୬ ୱିକେଟ୍ ହରାଇ ୨୦୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରେ ଦଳକୁ ୧୬ ରନ୍ ଆବଶ୍ୟକ ଥିଲା ବେଳେ ଅର୍ଶଦୀପ ୨ ୱିକେଟ୍ ନେବା ସହ ମାତ୍ର ୨ ରନ୍ ଦେଇ ପଞ୍ଜାବକୁ ବିଜୟ ଭେଟି ଦେଇଥିଲେ। ତେବେ ଅର୍ଶଦୀପ ସିଂଙ୍କ ଏହି ଦୁଇଟି ବଲ୍ ବେସ ଦମଦାର ହୋଇଥିବା ଯେ ମିଡିଲ ଷ୍ଟମ୍ପ ଦୁଇ ଖଣ୍ଡ ହୋଇ ଯାଇଥିଲା । ଅର୍ଶଦୀପ ସିଂଙ୍କ ୟର୍କର ଏତେ ସଠିକ୍ ଥିଲା ଯେ ତାହା ସିଧାସଳଖ ଷ୍ଟମ୍ପରେ ମାଡ ହୋଇଥିଲା ଓ ଷ୍ଟମ୍ପରେ ଲାଗିଥିବା କ୍ୟାମେରା ଏବଂ ଷ୍ଟମ୍ପ ମାଇକ୍ ଛିଟିକି ହୋଇ ତଳେ ପଡିଥିଲା। ତେବେ ଷ୍ଟମ୍ପ ଭାଙ୍ଗିଯିବାରୁ ବିସିସିଆଇକୁ କ୍ଷତି ସହିବାକୁ ପଡିଚି । ଏଲଇଡି ଷ୍ଟମ୍ପର ଏକ ସେଟ୍ ମୂଲ୍ୟ ୩୨ ରୁ ୪୧ ଲକ୍ଷ ଟଙ୍କା ହୋଇଥିବାବେଳେ ଏଥିରେ କ୍ୟାମେରା ଏବଂ ଜିଙ୍ଗ ବେଲସ ମଧ୍ୟ ଲାଗିଥାଏ। ଏହି ଷ୍ଟମ୍ପ ଭାଙ୍ଗିବା ଦ୍ୱାରା ବେସ କ୍ଷତି ହେଲା। ପ୍ରକୃତରେ ପଞ୍ଜାବ କିଙ୍ଗସ୍ ଆଇପିଏଲ୍ ୨୦୨୩ ପାଇଁ ୪ କୋଟି ଟଙ୍କାରେ ଅର୍ଶଦୀପ ସିଂଙ୍କୁ ରଖିଥିଲା। ପ୍ରତ୍ୟେକ ଦଳ ଏହି ସିଜିନରେ ଲିଗ୍ ପର୍ୟ୍ୟାୟରେ ୧୪ଟି ମ୍ୟାଚ୍ ଖେଳିବେ ଏବଂ ଆଇପିଏଲର ପ୍ରତ୍ୟେକ ମ୍ୟାଚ୍ ଅନୁଯାୟୀ ଫି ନେଇଥାନ୍ତି। ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଅର୍ଶଦୀପଙ୍କ ଫି ପ୍ରାୟ ୨୮ ଲକ୍ଷ ଟଙ୍କା ଥିବାବେଳେ ତାଙ୍କ ବଲରେ ଯେଉଁ ଷ୍ଟମ୍ପ ଭାଙ୍ଗିଯାଇଥିଲା ତାହାର ମୂଲ୍ୟ ତାଙ୍କ ମ୍ୟାଚ୍ ଫି ଠାରୁ ମଧ୍ୟ ଅଧିକ ରହିଥିବା କୁହାଯାଉଛି ।

Related posts

ଆଜି ଭାରତ – ଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଦିନିକିଆ

Odisha Sports Bureau

ଲଙ୍କା ଲିଗ ମ୍ୟାଚ ଚାଲିଥିବା ସମୟରେ ଫିଲ୍ଡ ଭିତରେ ପସିଲା ସାପ

Odisha Sports Bureau

ଧୋନିଙ୍କୁ ମିଳିପାରେ ବଡ଼ ଦାୟିତ୍ବ !

Odisha Sports Bureau