Cricket

ଧୋନିଙ୍କୁ ମିଳିପାରେ ବଡ଼ ଦାୟିତ୍ବ !

ଭୁବନେଶ୍ବର : ଟି-୨୦ ବିଶ୍ବକପ ସେମି ଫାଇନାଲରେ ଭାରତ ଲଜ୍ଜାଜନକଭାବେ ପରାସ୍ତ ହେବା ପରେ ଭାରତୀୟ ଟି-୨୦ ଦଳରେ ବ୍ୟାପକ ପରିବର୍ତ୍ତନ ପାଇଁ ସବୁଆଡୁ଼ ଦାବି ଉଠିଛି । ଏ ପ୍ରସଙ୍ଗରେ ବିସିସିଆଇରେ ବି ମାନସ ମନ୍ଥନ ଚାଲିଥିବା ଜଣାପଡ଼ିଛି । ଇଂରାଜୀ ଖବରକାଗଜ ଦି ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଗାମୀ ଦିନରେ କେବଳ ଭାରତୀୟ ଟିମ ନୁହେଁ, ଟିମ ପରିଚାଳନାରେ ବି ବ୍ୟାପକ ପରିବର୍ତ୍ତନ ହୋଇପାରେ । ୭ ବର୍ଷ ତଳେ ଇଂଲଣ୍ଡ ଟିମ ଓ ମ୍ୟାନେଜମେଣ୍ଟରେ ହୋଇଥିବା ପରିବର୍ତ୍ତନର ସୁଫଳ ଏବେ ଏହି ଟିମ ଭୋଗ କରୁଛି । ଠିକ ସେହିପରି ସଂସ୍କାର କଥା ଚିନ୍ତା କରୁଛି ବିସିସିଆଇ ।

ଭାରତୀୟ ଦଳର ଟି-୨୦ ଓ ଅନ୍ୟ ଫର୍ମାଟରେ ଅଲଗା ଅଲଗା କୋଚ ରଖିବାକୁ ଚିନ୍ତା କରାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଏକ ବଡ଼ ଭୂମିକା ଦିଆଯିବାକୁ ବିଚାର କରାଯାଉଛି । ୨୦୨୩ ଆଇପିଏଲ ପରେ ଧୋନୀ ଅବସରେ ନେବାର ସମ୍ଭାବନା ରହିଛି । ଏହା ପରେ ତାଙ୍କୁ ଭାରତୀୟ ଟି-୨୦ ଦଳର ଦାୟିତ୍ବ ଦିଆଯାଇପାରେ ।

ବର୍ତ୍ତମାନ ଭାରତୀୟ ଦଳ ଧୋନୀଙ୍କ ଦକ୍ଷତା ଓ ରଣକୌଶଳକୁ ଆବଶ୍ୟକ କରୁଛି ବୋଲି ବିସିସିଆଇ ମନେ କରୁଛି । ୨୦୨୧ ଟି-୨୦ ବିଶ୍ବକପ୍ ବେଳେ ଧୋନୀଙ୍କୁ ଅସ୍ଥାୟୀ ଭାବେ ଟିମ ଇଣ୍ଡିଆର ମେଣ୍ଟର୍ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଆଗକୁ ତାଙ୍କୁ ସ୍ଥାୟୀ ଭାବେ ଏପରି କିଛି ଦାୟିତ୍ବ ଦିଆଯାଇପାରେ । ଚଳିତ ମାସ ଶେଷ ଆଡକୁ ଅନୁଷ୍ଠିତ ହେବାକୁ ଥିବା ବିସିସିଆଇ ବୈଠକରେ ଏ ନେଇ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ବୋଲି ଟେଲିଗ୍ରାଫ ରିପୋର୍ଟରେ କୁହାଯାଇଛି ।

Related posts

ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ବୋଲର୍ ବୁମରା ବାପା ହୋଇଛନ୍ତି

Odisha Sports Bureau

ନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତ

Odisha Sports Bureau

ସିରିଜରୁ ଓହରିଲେ ବ୍ରଡ

Odisha Sports Bureau