Football

୯ ମାସ ଧରି ଚାଲିଥିବା ୟୁକ୍ରେନ-ରୁଷିଆ ଯୁଦ୍ଧରେ ବିରତି ଆଣିବାକୁ ଅନୁରୋଧ କରିଛି ଫିଫା

ଦୋହା: ଦୀର୍ଘ ୯ ମାସ ଧରି ଚାଲିଥିବା ୟୁକ୍ରେନ-ରୁଷିଆ ଯୁଦ୍ଧରେ ବିରତି ଆଣିବାକୁ ଫିଫା ଅନୁରୋଧ କରିଛି। କାତାର ବିଶ୍ବକପ୍‌ ୨୦୨୨ରୁ ସକାରାତ୍ମକ ସନ୍ଦେଶ ନେଇ ଯୁଦ୍ଧବିରତି ପ୍ରସ୍ତାବ ଦେଇଛି ଫିଫା। ‌ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଥିବା ଜି୨୦ ସମ୍ମିଳନୀ ଅବସରରେ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ କହିଛନ୍ତି, ରବିବାରଠାରୁ ଆରମ୍ଭ ହେଉଥିବା ଫିଫା ବିଶ୍ବକପ୍‌କୁ ଶାନ୍ତିର ପ୍ଲାଟଫର୍ମ ଭାବେ ବିବେଚନା କରାଯାଉ।
ମାନବିକ ପ୍ରସଙ୍ଗର ଗୁରୁତ୍ବକୁ ନଜରରେ ରଖି ଅନ୍ୟୁନ ମାସିକିଆ ଯୁଦ୍ଧବିରତି ପାଇଁ ମୁଁ ଅନୁରୋଧ କରୁଛି ବୋଲି ଇନ୍‌ଫାଣ୍ଟିନୋ ନିଜ ଅନୁରୋଧରେ ଉଲ୍ଲେଖ କରିଛନ୍ତି। କାତାରରେ ନଭେମ୍ବର ୨୦ରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଫିଫା ବିଶ୍ବକପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ୨୦୧୮ରେ ଆୟୋଜକ ଥିବା ରୁଷିଆ କ୍ବାର୍ଟରଫାଇନାଲ୍ ପର୍ଯ୍ୟନ୍ତ ଉଠିଥିଲା। କିନ୍ତୁ ୟୁ୍କ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବାରୁ ରୁଷିଆକୁ ଏଥର ବିଶ୍ବକପ୍‌ରୁ ବାସନ୍ଦ କରାଯାଇଛି।

Related posts

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau

ରାଇଜିଙ୍ଗି ଷ୍ଟାର ପୁଟବଲ ଟୁନାର୍ମେଣ୍ଟ ଉଦଯାପିତ

Odisha Sports Bureau

ବଳକାନ ଆଥଲେଟ ପୁରସ୍କାର ପାଇଲେ ମୋଡ୍ରିଚ୍

Odisha Sports Bureau