Cricket

ଦିଲ୍ଲୀ ଟିମରେ ସିଲେକ୍ସନ ହେଲେ ସେହ୍ୱାଗଙ୍କ ପୁଅ

ନୂଆଦିଲ୍ଲୀ : ବିରେନ୍ଦ୍ର ସେହ୍ବାଗ ଚମତ୍କାର ବ୍ୟାଟିଂକୁ ନେଇ ସବୁବେଳେ ଚର୍ଚ୍ଚାରେ । ତାଙ୍କ ସମୟରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗ ଯେତେବେଳେ ଫିଲ୍ଡକୁ ବୋଲିଂ ପାଇଁ ଓହ୍ଲାନ୍ତି ତାଙ୍କ ବିରୋଧି ଟିମ୍ ମାନେ ଚିନ୍ତାରେ ପଡିଯାନ୍ତି । ହେଲେ ଏହାକୁ ଅନେକ ଦିନ ବିତି ଗଲାଣି । ଆଉ ଏବେ ବାପାଙ୍କ ପରେ ପୁଅ କ୍ରିକେଟରେ ଏଣ୍ଟ୍ରି କରିଛନ୍ତି । ତାଙ୍କ ପୁଅ ମଧ୍ୟ କ୍ରିକେଟରେ ନାଁ କମାଇବାକୁ ଅଣ୍ଟା ଭିଡିଲେଣି । ବିସିସିଆଇ ଦ୍ୱାରା ଆୟୋଜିତ ଅଣ୍ଡର-୧୬ ବିଜୟ ମର୍ଚାଣ୍ଟ ଟ୍ରଫି ଲାଗି ସେହ୍ବାଗଙ୍କ ପୁଅ ଆର୍ଯ୍ୟଭୀର ସେହ୍ବାଗଙ୍କୁ ଦିଲ୍ଲୀ ଟିମ୍ରେ ସାମିଲ କରାଯାଇଛି । ୧୫ ବର୍ଷୀୟ ଆର୍ଯ୍ୟଭୀର କ୍ରିକେଟଜଗତରେ ପାଦ ରଖି ବାପାଙ୍କ ଭଳି ଚମକିପାରନ୍ତି ବୋଲି ଆଶା କରାଯାଉଛି । ଏବେ ବାପାଙ୍କ ପରେ ପୁଅଙ୍କ ଉପରେ ରହିଛି ସଭିଙ୍କ ନଜର ।

Related posts

ଧୋନୀଙ୍କ ନିଆରା ଅନ୍ଦାଜରେ ଟସ୍ ପକାଇବାକୁ ନେଇ ଚର୍ଚ୍ଚା

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅସଦାଚରଣ ଅଭିଯୋଗ: ଏମସିସିର ୩ ସଦସ୍ୟ ନିଲମ୍ବିତ

ଡ୍ରେସିଂ ରୁମ୍ ରେ ବସି କାନ୍ଦୁଥିବା ନଜର ଆସିଛନ୍ତି ରୋହିତ ଶର୍ମା