Cricket

ଦିନିକିଆ ସିରିଜ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ଶ୍ରେୟାଶ ଆୟାର

ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି । ବୁଧବାର ବିସିସିଆଇର ସେଂଟର ଅଫ ଏକ୍ସିଲେନ୍ସିରୁ ତାଙ୍କୁ ପଜିଟିଭ ରିପୋର୍ଟ ଦିଆଯାଇଛି । ସିଓଇର ମୂଖ୍ୟ ଭିଭିଏସ ଲକ୍ଷ୍ମଣ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ଇମେଲ କରି ଶ୍ରେୟାଶ ସମ୍ପୂର୍ଣ୍ଣ ଫିଟ ଥିବା ବିଧିବଦ୍ଧ ଭାବେ ଜଣାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିିନିକିଆରେ ସେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ମୁମ୍ବାଇ ପକ୍ଷରୁ ଖେଳୁଥିବା ବିଜୟ ହଜାରେ ଟ୍ରଫିରେ ସେ ହିମାଚଳ ପ୍ରଦେଶ ବିପକ୍ଷରେ ୮୨ ରନର ଇନିଂସ ଖେଳି ଫିଟନେସ ସାବ୍ୟସ୍ତ କରିଥିଲେ । ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଶ୍ରେୟାଶ ଆଘାତପ୍ରାପ୍ତ ହୋଇଥିଲେ । ଏହି ଆଘାତରୁ ତାଙ୍କୁ ମିଳୁଳିବା ପାଇଁ ୩ ମାସ ସମୟ ଲାଗିଥିଲା ।

Related posts

IPL ନିଲାମରେ ବିକ୍ରି ନ ହେବା ପରେ ଧନ୍ୟବାଦ ଜଣାଇଲେ, ଏବେ ଓପନିଂରେ ରେକର୍ଡ ସ୍ଥାପନ କଲେ

Odisha Sports Bureau

ଭାରତୀୟ ଦଳର କୋଚ ପାଇଁ ଆଗ ଧାଡ଼ିରେ ଜୟବର୍ଦ୍ଦନେ

ଜାଣନ୍ତୁ କେତେ ବର୍ଷ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି ୨୦ ସିରିଜ ଜିତିଛି ଟିମ୍ ଇଣ୍ଡିଆ

Odisha Sports Bureau