Cricket

ରିଟାୟର୍ଡ ହଟ୍ ହୋଇ ପ୍ୟାଭିଲିୟନ ଫେରିଲେ ଶୁଭମନ ଗିଲ୍

ମୁମ୍ବାଇ : ମ୍ୟାଚ ମଝିରେ ଭାରତକୁ ଝଟକା । କ୍ରିଜରେ ଜମି ଆସୁଥିବା ବେଳ ଭାରତକୁ ଝଟକା । ଶୁଭମନ ଗିଲ ୭୯ ରନ କରିଥିବା ବେଳେ ରିଟାୟର୍ଡ ହଟ୍ ହୋଇ କ୍ରିଜ ଛାଡିଛନ୍ତି ଶୁଭମନ । ଶତକରୁ ମାତ୍ର ୨୧ ରନ ବାକିଥିବା ବେଳେ ଜଂଘରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏଭଳି ଅବସ୍ଥାରେ ଯନ୍ତ୍ରଣା ନ ବଢୁ , ସେଥି ପାଇଁ ମ୍ୟାଚ ମଝିରୁ କ୍ରିଜ ଛାଡିଥିଲେ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯନ୍ତ୍ରଣାରୁ ଉପଶମ ମିଳିଲେ ଗିଲ୍ ପୁଣିଥରେ କ୍ରିଜକୁ ଫେରିବେ । ଯେହେତୁ ଏବେ ଯନ୍ତ୍ରଣା ବଢିଛି ତେଣୁ କୌଣସି ରିସ୍କ ନେବାକୁ ଚାହିଁନଥିଲା ଟିମ୍ ମ୍ୟାନେଜମେଣ୍ଟ । ଗିଲଙ୍କ ବଦଳରେ ବ୍ୟାଟିଂ କରିବାକୁ ଆସିଛନ୍ତି ଶ୍ରେୟସ ଆୟର । ଉଭୟ ଆୟର ଓ କୋହଲିଙ୍କ ଠାରୁ ବଡ ଇନିଂସର ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

Related posts

ଦଲିପ ଟ୍ରଫି ଜିତିଲା ଦକ୍ଷିଣାଞ୍ଚଳ

ଓଡିଶା – ହରିୟାଣା ରଣଜୀ ମ୍ୟାଚ

Odisha Sports Bureau

ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ୪ର୍ଥ ଏକ ଦିବସୀୟ; ୪ ରନରେ ଜିତିଲା ଶ୍ରୀଲଙ୍କା