Cricket

ନଭେମ୍ବର ୨୩ରେ ପଲାଶ ମୁଚାଲଙ୍କୁ ବିବାହ କରିବେ ସ୍ମୃତି ମନ୍ଧାନା

ମହିଳା ଟିମ୍ ଇଣ୍ଡିଆର ପ୍ରଥମ ବିଶ୍ୱ ଚାମ୍ପିଅନସିପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଷ୍ଟାର ଓପନର ସ୍ମୃତି ମନ୍ଧାନା ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ନଭେମ୍ବର ୨୦ ତାରିଖରେ ପ୍ରେମିକ ତଥା ସଂଗୀତ ନିର୍ଦ୍ଦେଶକ ପଲାଶ ମୁଚାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବେ ସ୍ମୃତି ମନ୍ଧାନା ଏବଂ ପଲାଶଙ୍କ ବିବାହ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

Smriti Mandhana Palash Muchhal wedding card reportedly goes viral - India  Today

ସ୍ମୃତି ଗତ ଛଅ ବର୍ଷ ଧରି ପଲାଶଙ୍କ ସହିତ ସମ୍ପର୍କରେ ଅଛନ୍ତି । ଏବେ ଦୁହେଁ ସେମାନଙ୍କ ସମ୍ପର୍କକୁ ଏକ ନୂତନ ନାମ ଦେବାକୁ ଯାଉଛନ୍ତି । ସ୍ମୃତି ମନ୍ଧାନା କ୍ରିକେଟ ସହିତ ଜଡିତ ଥିବା ବେଳେ, ତାଙ୍କ ଭାବି ସ୍ୱାମୀ ପଲାଶ ଜଣେ ଚଳଚ୍ଚିତ୍ର ପ୍ରଯୋଜକ । ସ୍ମୃତି ଏବଂ ପଲାଶଙ୍କ ବିବାହରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଉପସ୍ଥିତ ରହିବେ ଏବଂ ଦଳର ଅଧିନାୟକ ହରମନପ୍ରୀତ କୌର ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି ।

Smriti Mandhana Wedding Card Leaked? Fan Claims To Have Got Hold of India  Women's Cricketer and Palash Muchhal's Marriage Invitation Card | 🏏  LatestLY

Related posts

ବିରାଟ କୋହଲିଙ୍କଠାରୁ ଅଧିକ ରନ୍ କରିଛନ୍ତି ଏହି ଖେଳାଳି

ଧରା ପଡିଲା ପାକିସ୍ତାନର ମିଛ, ଗଣମାଧ୍ୟମରେ କରୁଛି ICC ବିରୋଦ୍ଧରେ ମିଛ ପ୍ରଚାର

Odisha Sports Bureau

ଚଣ୍ଡିଗଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳିବେ ପଞ୍ଜାବ କିଙ୍ଗ୍ସକୁ ସନ ରାଇଜର୍ସ ହାଇଦ୍ରାବାଦ

Odisha Sports Bureau