Cricket

ସୌରଭ ଗାଙ୍ଗୁଲୀଙ୍କୁ ଜେଡ୍ ସୁରକ୍ଷା

କୋଲକାତା: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ(BCCI )ପୁର୍ବତନ ଅଧ୍ୟକ୍ଷ ସୌରଭ ଙ୍ଗାଗୁଲୀଙ୍କ ପଶ୍ଚିମବଙ୍ଗ ସରକାର ସ୍ଥିର କରିଛି ତାଙ୍କୁ ‘ଜେଡ୍’ସୁରକ୍ଷା ବ୍ୟବସ୍ଥା ସ୍ଥିର କରିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।ପୂର୍ବରୁ ଗାଙ୍ଗୁଲିଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ‘ୱାଇ’ ବର୍ଗର ସୁୂରକ୍ଷା ଦିଆଯାଇଥିଲା । ‘ୱାଇ’ ବର୍ଗର ସମୟ ଶେଷ ହେବାରୁ ମଙ୍ଗଳବାର ଦିନ ଜେଡ୍ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନୂଆ ନିରାପତ୍ତା ବ୍ୟବସ୍ଥା ଅନୁସାରେ, ଗାଙ୍ଗୁଲୀଙ୍କୁ ଏବେ ୮/୧୦ଜଣ ପୁଲିସ କର୍ମଚାରୀ ପହରା ଦେବେ।
ଗାଙ୍ଗୁଲୀ ତାଙ୍କ ‘ଦିଲ୍ଲୀ ଡେୟାର୍ଡେଭିଲ୍ସ୍’ ସହିତ ଗସ୍ତରେ ଅଛନ୍ତି ଏବଂ ମେ ୨୧ ତାରିଖ ଦିନ କୋଲ୍କାତା ଫେରିବେ। ସେହି ଦିନରୁ ତାଙ୍କ ପ୍ରତି ‘ଜେଡ୍’ ବର୍ଗର ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ ଏ ନେଇ ସଚିବାଳୟ ପ୍ରତିନିଧିମାନେ ଗାଙ୍ଗୁଲୀଙ୍କ ବେହାଲା ଅଫିସ୍ରେ ପହଞ୍ଚି ଲାଲ୍ବଜାରସ୍ଥିତ କୋଲ୍କାତା ପୁଲିସ ମୁଖ୍ୟାଳୟ ଓ ସ୍ଥାନୀୟ ଥାନା ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ।

Related posts

ନୂଆ ଜର୍ସିରେ ବିରାଟ

Odisha Sports Bureau

ୱେଷ୍ଟଇଣ୍ଡିଜର ଏହି ୩ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ହୋଇପାରନ୍ତି ଘାତକ; ଜାଣନ୍ତୁ କିଏ?

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

Odisha Sports Bureau