Cricket

ଆଇସିସି ଓ ବିସିବି ବିବାଦରେକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଶ୍ରୀଲଙ୍କା ।

ଆଇସିସି ଓ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଶ୍ରୀଲଙ୍କା । ପ୍ରଥମରୁ ବିଶ୍ବକପ୍ ଖେଳିବାକୁ ବାଂଲାଦେଶ ଭାରତ ଆସିବ ନାହିଁ ବୋଲି କହିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ପରେ ଆଇସିସି ବାଂଲାଦେଶକୁ ବୁଝାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଲା ଯାହାପରେ ଏହି ବିଶ୍ୱକପ୍‌ରେ ବାଂଲାଦେଶ କୁ ବାଦ ଦେଇ ସ୍କଟଲାଣ୍ଡକୁ ସାମିଲ କରାଯାଇଥିଲା । ଏହି ପ୍ରସଙ୍ଗରେ ପାକିସ୍ତାନ ବାଂଲାଦେଶକୁ ସମୂର୍ଣ୍ଣ ସମର୍ଥନ କରି ବିଶ୍ବକପ୍ ବର୍ଜନ ପାଇଁ ଧମକ ଦେଇ ଏକ ନୂଆ ବିବାଦ ସୃଷ୍ଟି କରିଥିଲା, ଯାହାକି ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଶେଷ ହୋଇନାହିଁ। କିନ୍ତୁ ଏହି ବିବାଦ ସଂପର୍କରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରିଥିଲା। ଏବେ ଏହି ବୋର୍ଡ ନିଜର ମୁହଁ ଖୋଲିଛି। ବୋର୍ଡ଼ର ସଚିବ ବାନ୍ଦୁରା ଦିସାନାୟକେ କହିଛନ୍ତି ଯେ କଲମ୍ବୋ କୌଣସି ଆଞ୍ଚଳିକ ବିବାଦରେ ପଶିବାକୁ ଚାହୁଁନଥିଲା। କାରଣ ଏହା ଭାରତ, ବାଂଲାଦେଶ ଓ ପାକିସ୍ତାନର ବିବାଦ। କିନ୍ତୁ ଏସମସ୍ତ ଦେଶ ଆମର ବନ୍ଧୁରାଷ୍ଟ୍ର ହୋଇଥିବାରୁ ଆମେ ନିରପେକ୍ଷ ରହିବାକୁ ଚାହୁଁଥିଲୁ। ତେବେ ଭବିଷ୍ୟତରେ ଏସବୁ ଦେଶଙ୍କ ମଧ୍ୟରେ ହେବାକୁ ଥିବା ଯେକୌଣସି ପ୍ରତିଯୋଗିତା ଆୟୋଜନ କରିବାକୁ ଶ୍ରୀଲଙ୍କା ପ୍ରସ୍ତୁତ ବୋଲି ସେ କହିଛନ୍ତି। ଆଗାମୀ ବିଶ୍ବକପରେ ପାକିସ୍ତାନ ନିଜର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ। ଏପରିକି ପାକିସ୍ତାନ ଯଦି ଫାଇନାଲକୁ ଯାଏ ତେବେ ଫାଇନାଲ ସେଠାରେ ଅନୁଷ୍ଠିତ ହେବ । ଭାରତ, ପାକିସ୍ତାନ ଓ ଆଇସିସି ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ଆସନ୍ତା ୨୦୨୭ ପର୍ଯ୍ୟନ୍ତ ଉଭୟ ଦଳ ଏକ ନିରପେକ୍ଷ ସ୍ଥାନରେ ଖେଳିବେ।

Related posts

ଏଥର ରୋହିତ ବାହିନୀ ନୁହେଁ ସୂର୍ଯ୍ୟବାହିନୀ ନେବ ପ୍ରତିଶୋଧ

Odisha Sports Bureau

ସଂର୍ଘସ କରୁଛନ୍ତି କ୍ରିକେଟର ଶ୍ରେୟସ, ପରବର୍ତ୍ତୀ ସ୍କାନ 2ମାସ ପରେ ……

Odisha Sports Bureau

BCCI ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ