Khokho

ଜାତୀୟ ଖୋ ଖୋ ଟିମ୍ କୁ ରାଜ୍ୟ ସରକାର 3 ବର୍ଷ ପାଇଁ ସ୍ପନସର୍ କରିବେ

ଭୁବନେଶ୍ୱର: ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ ।  ଓଡିଶା  ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା  ସ୍ପନସର୍ କରିଥିବା ବେଳେ, ଏବେ  ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର  ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆଗାମୀ 3 ବର୍ଷ ପାଇଁ ସ୍ପନସର କରିବେ । ଏହି ସ୍ପନସରସିପ ର ଅବଧି 2025 ଜାନୁଆରୀରୁ 2027 ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ 5 କୋଟି ଟଙ୍କା ଲେଖାଏଁ ସମୁଦାୟ 15 କୋଟି ଟଙ୍କା  ଖର୍ଚ୍ଚ ହେବ।  ଓଡିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ।  ଏହାଦ୍ୱାରା ଭାରତୀୟ  ଖୋ ଖୋ ଖେଳାଳୀ ପ୍ରୋତ୍ସାହନ ପାଇବା ସହିତ ଓଡିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ  ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ ।

Related posts

ଖୋ ଖୋରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ

Odisha Sports Bureau

ନାନୋଇଙ୍କୁ ରୌପ୍ୟ, ରୋଜି, ଅର୍ଶୀଙ୍କୁ କାଂସ୍ୟ

Odisha Sports Bureau

ଭାରତୀୟ ଖୋଖୋ ଶିବିରରେ ସୁନ୍ଦରଗଡ଼ର ପୁଅ

Odisha Sports Bureau

Leave a Comment