Uncategorized

ଆସନ୍ତା ୯ରୁ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌

(ଭୁବନେଶ୍ୱର) : ଭାରତୀୟ ଭାରୋତ୍ତୋଳନ ମହାସଂଘ ପକ୍ଷରୁ ଓଡ଼ିଶା ସରକାରଙ୍କ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଭାରୋତ୍ତୋଳନ ସଂଘର ମିଳିତ ସହଯୋଗରେ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ ।

ସୂଚନାନୁଯାୟୀ , କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଥିବା ଏହି ଚାମ୍ପିଅନସିପ୍‌ରେ ୩୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଭାରୋତ୍ତୋଳକ, ଅଫିସିଆଲ୍‌ ଏବଂ ଟେକ୍ନିକାଲ ଅଫିସିଆଲ୍‌ଙ୍କୁ ମିଶାଇ ମୋଟ ୧୩୦୦ଜଣ ଭାଗ ନେବେ । ସେଥିମଧ୍ୟରେ ୮୭୬ଜଣ ଭାରୋତ୍ତୋଳକ ଉଭୟ ପୁରୁଷ ଓ ମହିଳା ବିଭାଗର ୟୁଥ୍‌, ଜୁନିୟର ଏବଂ ସିନିୟର ବର୍ଗରେ ୨୪୦ଟି ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଆଗାମୀ ପଞ୍ଚମ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପାଇଁ ଏହା ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ହୋଇଥିବାବେଳେ ଏଥିରୁ ଆଗାମୀ ୟୁଥ୍‌ ଏବଂ ଜୁନିୟର ବିଶ୍ୱ ଚାମ୍ପିଅନସିପ୍‌ ପାଇଁ ଦଳ ଚୟନ କରାଯିବ ।

Related posts

ସୁଟିଂ ବିଶ୍ୱକପ୍ରେ ଭାରତକୁ ସ୍ୱର୍ଣ୍ଣ

୧୬ରେ ଏସ୍ଏସ୍ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ ;ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

Odisha Sports Bureau

ନୋଭାକ ଜୋକୋଭିଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ

Odisha Sports Bureau