Cricket

ବାଲୁକା କୃତିରେ ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ…

ଭାରତୀୟ ମହିଳା କ୍ରିକେଟ ଦଳକୁ ବାଲୁକା କୃତି ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଲୁକା କୃତିରେ ଅନେକ ବଲ୍ ବ୍ୟବହାର କରି ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଶୁଭକାମନା ଜଣାଇଛନ୍ତି । ଭାରତୀୟ ମହିଳା କ୍ରିକେଟ୍ ଦଳକୁ ବିଶ୍ୱକପ-2025 ଜିତିବା ପାଇଁ ଏକ ଅନନ୍ୟ ବାଲୁକାକଳା ପ୍ରଦର୍ଶିତ କରିଛନ୍ତି। ଏହି କଳାକୃତିରେ “We congratulate our women cricketers ” ବାର୍ତ୍ତା ଦିଆଯାଇଛି । ଯାହା ଭାରତୀୟ ମହିଳାଙ୍କ ଶକ୍ତି ଏବଂ ଆତ୍ମାକୁ ବହନ କରୁଛି।ଏହି ବାଲୁକାକଳାରେ ପାଞ୍ଚ ଟନ୍ ବାଲି ଓ ଅନେକ କ୍ରିକେଟ୍ ବଲ୍ ସହିତ ସଜ୍ଜିତ ଏକ ୬ ଫୁଟ ଲମ୍ବ ବାଲୁକା ବ୍ୟାଟ୍ ରହିଛି, ଯାହା ବିଜୟୀ ଖେଳାଳିମାନଙ୍କ ସମର୍ପଣ ଏବଂ ଦଳଗତ କାର୍ଯ୍ୟର ପ୍ରତୀକ।”ଏହି ବାଲୁକା କୃତି ମାଧ୍ୟମରେ ଆମେ ଆମର ମହିଳା କ୍ରିକେଟରମାନଙ୍କୁ ଅଭିନନ୍ଦନ ଜଣାଉଛୁ ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ। ଯାହାଙ୍କ କାର୍ଯ୍ୟ ଜାତୀୟ ଗର୍ବ ଏବଂ କଳାତ୍ମକ ପ୍ରକାଶନର ପ୍ରତୀକ ପାଲଟିଛି।

Related posts

ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୫ ୱିକେଟ୍ ରେ ପରାସ୍ତ କଲା ଭାରତ

Odisha Sports Bureau

ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ମୋହସିନ ନକଭିଙ୍କ ରାଗ ଭୀଷଣ, ଦଳକୁ ସମାଲୋଚନା

Odisha Sports Bureau

୧-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ