Cricket

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ଖେଳାଳିଙ୍କ ପାଇଁ ନୂଆ ଡ୍ରେସିଂ ରୁମ୍

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଖେଳାଯିବାକୁ ଯାଉଛି । ଏଥିପାଇଁ ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଖେଳାଳିଙ୍କୁ ଏକ ନୂଆ ଓ ଅଭିନବ ବାରବାଟୀର ଦର୍ଶନ କରାଇବାକୁ ଉଦ୍ୟମ ଜାରି ରହିଛି । ପୁରୁଣା ଡ୍ରେସିଂ ରୁମର ପୁନରୁଦ୍ଧାର କରାଯାଇ ଅତ୍ୟାଧୁନିକ ରୂପ ଦିଆଯାଇଥିବା ବେଳେ ଏଥର ଖେଳାଳିଙ୍କ ପାଇଁ ନୂଆ ଡ୍ରେସିଂ ରୁମ୍ କରାଯାଇଛି ।

ଡ୍ରେସିଂରୁମରେ ଖେଳାଳିଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ । ପ୍ରାୟ ୨୦ ବର୍ଷ ପରେ ଡ୍ରେସିଂରୁମରେ ଚିତ୍ର ସଂପୂର୍ଣ୍ଣ ବଦଳାଯାଇଛି । ଏକ କୋଟି ଟଙ୍କା ଖର୍ଚ୍ଚ କରି ଷ୍ଟାଡିୟମର ଦୁଇ ପାର୍ଶ୍ୱରେ ଡ୍ରେସିଂରୁମ୍ ନିର୍ମାଣ କରାଯାଉଛି । ଡ୍ରେସିଂରୁମର ସିଟ୍ ସଂଖ୍ୟାକୁ ବଢାଇ ୨୫ ଦିଆଯାଇଛି । ସବୁ ଚେୟାର ଗୁଡ଼ିକରେ ହାଇଡ୍ରୋଲିକ୍ ବ୍ୟବସ୍ଥା ରହିଛି । ପ୍ରଥମ ଥର ପାଇଁ ଡ୍ରେସିଂରୁମରେ ଡାଇନିଂ ବ୍ୟବସ୍ଥା କରାଯାଉଛି । ଏଠାରେ ଡିଜିଟାଲ ଲକର ବ୍ୟବସ୍ଥା କରାଯାଉଛି । ଅତ୍ୟାଧୁନିକ ଟଏଲେଟ୍ ସୁବିଧା ମଧ୍ୟ ରହିବ ।

Related posts

ବର୍ଷାରେ ଧୋଇଗଲା ସ୍ୱପ୍ନ: ଚମ୍ପିଅନ୍ସ ଟ୍ରଫିରୁ ବିଦା ହେଲେ ପକିସ୍ତାନ ଏବଂ ବାଂଲାଦେଶ ଟିମ୍

Odisha Sports Bureau

ସେମିଫାଇନାଲ ପାଇଁ ପ୍ରସ୍ତୁତ ଦଳ: କୋହଲି

ବିରାଟଙ୍କ ଏକାଧିକ କୀର୍ତ୍ତିମାନ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

Odisha Sports Bureau

Leave a Comment