Cricket

ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ, ପ୍ଲେଇଂ ୧୧ରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ ୨୦୨୬ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ସିଦ୍ଧାନ୍ତ ନେଇଛି। ଏହି ମ୍ୟାଚ୍ ଅହମ୍ମଦାବାଦର Narendra Modi Stadium ରେ ଖେଳାଯାଉଛି। ଏହି ମଇଦାନର ପିଚ୍ ସାଧାରଣତଃ ବ୍ୟାଟସମ୍ୟାନଙ୍କ ପକ୍ଷରେ ଥାଏ। ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ତାଙ୍କର ପ୍ଲେଇଂ ଇଲେଭେନ୍‌ରେ ଦୁଇଟି ବଡ଼ ପରିବର୍ତ୍ତନ କରିଛି। ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କୁଲଦୀପ୍ ଯାଦବ ମଧ୍ୟ ଏହି ମ୍ୟାଚ୍‌ରୁ ବାହାରେ ରହିଛନ୍ତି। ସେମାନଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦରଙ୍କୁ ଏହି ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍ ଖେଳିବା ସୁଯୋଗ ମିଳିଛି। ଏହା ସହିତ ଅର୍ଶଦୀପ୍ ସିଂହ ପ୍ଲେଇଂ-୧୧କୁ ପୁଣି ଫେରିଛନ୍ତି ।

ଭାରତର ପ୍ଲେଇଂ ଇଲେଭେନ୍: ଇଶାନ କିଶନ (ୱିକେଟକିପର), ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ୟକୁମାର ଯାଦବ (କ୍ୟାପ୍ଟେନ), ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତୀ, ଜସପ୍ରିତ ବୁମ୍ରା, ଅର୍ଶଦୀପ୍ ସିଂହ।

ନେଦରଲ୍ୟାଣ୍ଡସ୍‌ର ପ୍ଲେଇଂ ଇଲେଭେନ୍: ମାଇକେଲ୍ ଲେଭିଟ୍, ମ୍ୟାକ୍ସ ଓ’ଡାଉଡ୍, ବାସ୍ ଡି ଲିଡେ, କଲିନ୍ ଏକରମ୍ୟାନ୍, ସ୍କଟ୍ ଏଡୱାର୍ଡସ୍ (ୱିକେଟକିପର/କ୍ୟାପ୍ଟେନ୍), ଜ୍ୟାକ୍ ଲାୟନ-କାଶେଟ୍, ନୋହା କ୍ରସ୍, ରୋଲୋଫ୍ ଭାନ୍ ଡର୍ ମେରଭେ, ଲୋଗାନ୍ ଭାନ୍ ବିକ୍, ଆର୍ୟନ୍ ଦତ୍ତ, କାଇଲ୍ କ୍ଲେନ୍।

ଭାରତ ପୂର୍ବରୁ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଅନ୍ୟପଟେ ନେଦରଲ୍ୟାଣ୍ଡସ୍ ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛି, କାରଣ ଗ୍ରୁପ୍ A ରୁ ପାକିସ୍ତାନ ସୁପର-୮ ପାଇଁ ଦ୍ୱିତୀୟ ଦଳ ଭାବେ ଯୋଗ୍ୟତା ଲାଭ କରିଛି।

Related posts

ମହିଳା ଟି-୨୦ ବିଶ୍ୱକପ୍; ନ୍ୟୁଜିଲାଣ୍ଡକୁ ୩୪ ରନ୍ ରେ ହରାଇ ବିଜୟ ହେଲା ଭାରତ

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ରହିଛି କେତେ ସମ୍ପତ୍ତି ?

ବଡ଼ ବିଜୟ ସହ ବାଙ୍ଗାଲୋରର ପ୍ଲେ ଅଫ୍ ଆଶା ଉଜ୍ଜୀବିତ