Cricket

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ରହିଛି କେତେ ସମ୍ପତ୍ତି ?

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ ର ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଚଳିତ ଆଇପିଏଲ୍ ଖୁବ ଟ୍ରୋଲ୍ ର ସିକାର ହେଉଛିନ୍ତି । ଚଳିତ ସିଜନିରେ ଫ୍ୟାନ୍ସଙ୍କୁ ପସନ୍ଦ ଆସୁନାହାନ୍ତି ପାଣ୍ଡ୍ୟା । ରୋହିତ ଙ୍କ କ୍ୟାପଟେନ ସିପରୁ ହଟାଇ ନିଜେ କ୍ୟାପଟେନ୍ ହୋଇଥିବା ତାଙ୍କ ନାଁ ରେ ରହିଛି ଏଭଳି ଅଭିଯୋଗ । ଏଥିପାଇଁ ହାର୍ଦ୍ଦିକଙ୍କ ଉପରେ ରାଗିଯାଇଛନ୍ତି କ୍ରିକେଟ୍ ପ୍ରେମୀ । କିନ୍ତୁ ଟିମ୍ ଇଣ୍ଡିଆର ଏହି ପ୍ଲେୟର ସଫଳ କ୍ରିକେଟର ଭାବେ ବେଶ ଜଣାସୁଣା । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ବି ଜଣେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି । ସେ କେବଳ କ୍ରିକେଟରୁ ନୁହେଁ ଅନେକ ସୋର୍ସରୁ କରନ୍ତି ମୋଟା ଅଙ୍କର ଆୟ ।
ସୂଚନା ଅନୁଯାୟୀ ହାର୍ଦ୍ଦିକ ପ୍ରତି ମାସରେ ପ୍ରାୟ ୧.୨ କୋଟି ଟଙ୍କା ରୋଜଗାର କରନ୍ତି । ବିସିସିଆଇ ସହିତ ତାଙ୍କର ଏକ ଚୁକ୍ତି ମଧ୍ୟ ଅଛି । ଯେଉଁଥିରୁ ପ୍ରତିବର୍ଷ ୫ କୋଟି ରୋଜଗାର କରିଥିାନ୍ତି ହାର୍ଦ୍ଦିକ ପାଣ୍ଡା ।ସେହିପରି ଓଚଖ ୨୦୨୨ରେ ହାର୍ଦ୍ଦିକଙ୍କୁ ଗୁଜୁଗୁରାଟ ଟାଇଟାନ୍ସ ୧୫ କୋଟିରେ କିଣିଥିଲା । ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମଧ୍ୟ ସମାନ ଟଙ୍କା ଦେଇଛି । ହାର୍ଦ୍ଦିକ ପା ଣ୍ଡ୍ୟା କ୍ରିକେଟ୍ ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମୋଟା ଅଙ୍କର ରୋଜଗାର କରନ୍ତି । ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ପ୍ରାୟ ୫୫-୬୦ ଲକ୍ଷ ଟଙ୍କା ଯାଏଁ ରୋଜଗା ର କରନ୍ତି ବୋଲି କୁହାଯାଉଛି । ହାର୍ଦ୍ଦିକ ହାଲାପ୍ଲେ,, ଗଲ୍ଫ ଅଏଲ୍, ଷ୍ଟାର୍ ସ୍ପୋର୍ଟସ୍ , ଜିଲେଟ୍, ଜଗଲ୍, ସିନ୍ ଡେନିମ୍, ମ୍ ଡି: ୠଣ, ବୋଟ୍, ଓପୋ, ଡ୍ରିମ୍ ୧୧, ରିଲାଏନ୍ସ ରିଟେଲ, ବିଲେନ୍ ଏବଂ ଝଏ କ୍ରିକେଟ୍କୁ ଏଣ୍ଡୋର୍ସମେଣ୍ଟ କରନ୍ତି ।
ଏହା ସହିତ ଲଗ୍ଜୁରୀ ଲାଇଫ୍ ଷ୍ଟାଇଲ୍ ମେଣ୍ଟେନ୍ କରନ୍ତି ହାର୍ଦ୍ଦିକ ପାଣ୍ଡା । ତାଙ୍କ ପାଖରେ ଅନେକ ନାମୀଦାମୀ କାର୍ ମଧ୍ୟ ରହିଥିବା କୁହାଯାଉଛି । ପାଣ୍ଡ୍ୟାଙ୍କ ପାଖରେ ରୋଲ୍ସ ରୋଏସ୍ ରହିଛି । ଯାହାର ମୂଲ୍ୟ ପ୍ରାୟ ୬ କୋଲି ୨୨ ଲକ୍ଷ । ସେହିପରି ତାଙ୍କ ପାଖରେ ରେଞ୍ଜ ରୋଭର ଭୋଗ ରହିଛି । ଏହାର ମୂଲ୍ୟ ପ୍ରାୟ ୨ କୋଟି ୧୧ ଲକ୍ଷ ଟଙ୍କା । ମର୍ସିଡିଜ୍ ଜି-ୱାଗନ୍ ଏବଂ ଅଡି ଇ୬ ରହିଛି । ମର୍ସିଡିଜ୍ର ଦାମ୍ ୧କୋଟି ୬୨ ଲକ୍ଷରୁ ୨ କୋଟି ୪୨ ଲକ୍ଷ ଟଙ୍କା ହୋଇଥିବା ବେଳେ ଅଡି ଇ୬ର ଦାମ୍ ୫୫ ଲକ୍ଷ ୯୬ ହଜାରରୁ ୬୦ ଲକ୍ଷ ୫୯ ହଜାର ଟଙ୍କା ମଧ୍ୟରେ ରହିଛି । ହାର୍ଦ୍ଦିକ ଦାମୀ ଘଣ୍ଟାର ମଧ୍ୟ ସଉକ ରଖିଥାନ୍ତି । ତାଙ୍କର ଏକ ଘଣ୍ଟାର ଦାମ୍ କାର୍ ଦାମ୍ ରୁ ମଧ୍ୟ ମହଙ୍ଗା । ତାଙ୍କର ସବୁଠାରୁ ମହଙ୍ଗା ଘଣ୍ଟାର ଦା ମ୍ ୧୦ କୋଟି ୮ ଲକ୍ଷ । ଏହାବ୍ୟତୀତ ତାଙ୍କ ପାଖରେ ପାଟେକ ଫିଲିପ ନାଟିଲସ୍ ପ୍ଲାଟିନମ୍ ୫୭୧୧ ମଡେଲ ର ଘଣ୍ଟା ରହିଛି । ଯାହାର ଦାମ୍ ପ୍ରାୟ ୫ କୋଟି ଟଙ୍କା । ଏମାନଙ୍କ ବ୍ୟତୀତ ହାର୍ଦିକଙ୍କର ମଧ୍ୟ ଅନେକ ଘଣ୍ଟା ରହିଛି । ଯାହାର ଦାମ୍ ଲକ୍ଷ ଲକ୍ଷ ଟଙ୍କା । ତେବେ ହାର୍ଦ୍ଦିକଙ୍କ ଘର ବଡୋଦରାରେ ରହିଛି । ଯାହାର ଦାମ୍ ୩ କୋଟି ୬ ଲକ୍ଷ ଟଙ୍କା । ପାଣ୍ଡ୍ୟାଙ୍କ ମୋଟ ସମ୍ପତ୍ତି ହେଉଛି ୧୧ ମିଲିୟନ୍ ଡଲାର ବୋଲି କୁହାଯାଉଛି ।

Related posts

ସାଇ ସୁଦର୍ଶନଙ୍କ ଦମଦାର ପ୍ରଦର୍ଶନ

Odisha Sports Bureau

ଫ୍ରେଞ୍ଚ ଓପନ ଟାଇଟେଲ ଜିତି ଧୁମ୍ ମଚାଇଲେ ସାଇରାଜ – ଚିରାଗ

Odisha Sports Bureau

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମିତାଲି ରାଜ୍, ୨୩ ବର୍ଷ ଧରି ଭାରତ ପାଇଁ ଖେଳୁଥିଲେ କ୍ରିକେଟ

Odisha Sports Bureau

Leave a Comment