Cricket

ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ମହାସମର। ଆଜି ରାତି ୭ଟା ୩୦ରେ ଖେଳାଯିବ ୫୫ତମ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ । ପ୍ଲେ- ଅପ୍ ରେସ୍ ପାଇଁ ହାଇଦ୍ରାବାଦ୍ ଟିମ୍କୁ ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ। ତେବେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୩ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ପରାସ୍ତ ହୋଇଛି । ମୋଟ ୬ଅଙ୍କ ସହ ପଏଣ୍ଟ ଟେବୁଲର ୧୦ମ ସ୍ଥାନରେ ରହିଛି ହାର୍ଦ୍ଦିକ ବାହିନୀ । ତେବେ ଦଳ ଏକପ୍ରକାର ପ୍ଲେ-ଅପ୍ ରେସ୍ରୁ ବିଦା ହୋଇସାରିଲାଣି । ତଥାପି ଶେଷ ତିନୋଟି ମ୍ୟାଚ୍ ଜିତି ଦଳ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଟାର୍ଗେଟ ରଖିଛି । ଚଳିତ ଟୁର୍ଣ୍ଣା ମେଣ୍ଟରେ ଦଳରେ ଷ୍ଟାର ଖେଳାଳି ଭରପୁର ଥିଲେ ମଧ୍ୟ ଆଶାନୁସାରେ ଖେଳ ପ୍ରଦର୍ଶନ କରିପାରିନାହିଁ । ସେପଟେ ସନରାଇଜର୍ସ ହାଇଦ୍ରାବାଦ୍ ଟିମ୍ ଏବେ ଯାଏଁ ୧୦ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି ।ଏହା ସହ ଦଳ ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ରହିଛି। ଚଳିତ ଟୁର୍ଣ୍ଣା ମେଣ୍ଟରେ ଚମତ୍କାର ଫର୍ମରେ ରହିଛି ହାଇଦ୍ରାବାଦ୍ ଟିମ୍ । ବିରୋଧୀ ଟିମ୍ ପାଇଁ କାଳ ସାଜିଛନ୍ତି ହାଇଦ୍ରାବାଦୀ ବ୍ୟାଟର । ତେଣୁ ଆଜିର ମ୍ୟାଚ ରେ ଜବରଦସ୍ତ ଖେଳ ପ୍ରଦର୍ଶନର ଆଶା ରହିଛି।
ସୂଚନା ଅନୁଯାୟୀ, ପଏଣ୍ଟ ଟେବୁଲର ଟପରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲରେ ଟପରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୦ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି। ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏବେ ସୁଦ୍ଧା ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି ।

Related posts

ଭାଙ୍ଗିଲା ୨୦ ବର୍ଷର ପରାଜୟ ଧାରା

Odisha Sports Bureau

ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବ ଆଇପିଏଲର ୨୪ ତମ ମ୍ୟାଚ

Odisha Sports Bureau

ସହୋଦୟ ସ୍କୁଲ କମ୍ପେ୍ଲକ୍ସ ପକ୍ଷରୁ କ୍ରିକେଟ ଚାମ୍ପିଅନସିପ ଅନୁଷ୍ଠିତ

Odisha Sports Bureau