Cricket

ଟି୨୦ ବିଶ୍ୱକପ୍ ୨୦୨୬: ୭ ଉଇକେଟରେ ଭାରତର ୧୭୫ ରନ୍, ପାକିସ୍ତାନକୁ ବଡ଼ ଲକ୍ଷ

ଟି୨୦ ବିଶ୍ୱକପ୍ ୨୦୨୬ର ୨୭ତମ ଲିଗ୍ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ଶ୍ରୀଲଙ୍କାର କଲୋମ୍ବୋସ୍ଥିତ R. Premadasa Stadium ରେ ମୁହାଁମୁହିଁ ହୋଇଛନ୍ତି। ହାଇଭୋଲଟେଜ୍ ଏହି ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଛି। ଟି୨୦ ବିଶ୍ୱକପ୍ ଇତିହାସରେ ପାକିସ୍ତାନ ବିପକ୍ଷରେ ଏହା ଭାରତର ସର୍ବାଧିକ ସ୍କୋର ଭାବେ ରେକର୍ଡ ହୋଇଛି। ଏହି ଇନିଂସରେ ଷ୍ଟାର ବ୍ୟାଟର Ishan Kishan ବିସ୍ଫୋରକ ପ୍ରଦର୍ଶନ କରି ୪୦ ବଲ୍‌ରେ ୭୭ ରନ୍ (୧୦ ଚୌକା, ୩ ଛକା) କରିଥିଲେ। ତାଙ୍କ ଦୃଢ଼ ଇନିଂସ୍ ଦଳକୁ ଶକ୍ତିଶାଳୀ ଭିତି ପ୍ରଦାନ କରିଥିଲା।

ପିଚ୍ ସ୍ପିନରଙ୍କ ପାଇଁ ସହାୟକ ଥିବାରୁ ପାକିସ୍ତାନ ପକ୍ଷରୁ ସ୍ପିନ ବୋଲିଂର ଆଧିପତ୍ୟ ଦେଖାଯାଇଥିଲା। ସମୁଦାୟ ୭ ଜଣ ବୋଲରଙ୍କ ମଧ୍ୟରୁ ୬ ଜଣ ସ୍ପିନର ଥିଲେ ଏବଂ ସେମାନେ ମିଶି ୧୮ ଓଭର ବୋଲିଂ କରିଥିଲେ। ଦ୍ରୁତ ବୋଲର Shaheen Afridi କେବଳ ୨ ଓଭର ବୋଲିଂ କରିଥିଲେ। ଯୁବ ବୋଲର Saim Ayub ୩ଟି ଉଇକେଟ୍ ନେଇ ଭାରତୀୟ ରନ୍ ଗତିକୁ ନିୟନ୍ତ୍ରଣ କରିବାରେ ଚେଷ୍ଟା କରିଥିଲେ।ଟସ୍ ପରେ ଭାରତୀୟ ଅଧିନାୟକ Suryakumar Yadav ଓ ପାକିସ୍ତାନ ଅଧିନାୟକ Salman Ali Agha ମଧ୍ୟରେ ହାତମିଳାନ ନ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ଆଜିର ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। Abhishek Sharma ଓ Kuldeep Yadav ଦଳକୁ ଫେରିଛନ୍ତି। ଏବେ ଦେଖିବାକୁ ରହିଲା ୧୭୬ ରନ୍‌ର ଲକ୍ଷ୍ୟକୁ ପାକିସ୍ତାନ କିପରି ପିଛା କରିଥାଏ ଏବଂ ମ୍ୟାଚ୍‌ର ଫଳାଫଳ କାହା ପକ୍ଷରେ ଯାଏ।

Related posts

ତାଙ୍କ ବାପା କୁଣ୍ଡଳୀ ପଢି ତାଙ୍କୁ କ୍ରିକେଟର କରିଥିଲେ,ଏହା ହେଉଛି ଭାରତୀୟ ମହିଳା କ୍ରିକେଟ ଦଳର ନୂତନ ବୋଲର ବୈଷ୍ଣବୀଙ୍କ କାହାଣୀ

Odisha Sports Bureau

କୋଲକାତା ଜିତିଲା ଗତ କାଲି ମ୍ୟାଚରେ

U-19 ବିଶ୍ଵକପରେ ଭାରତର ଦମଦାର ବିଜୟ, କୋଟି କୋଟି ଟଙ୍କାରେ ପୋତି ଦେଲା BCCI

Odisha Sports Bureau