Hockey

ପୁରୁଷ ହକି ବିଶ୍ୱକପ୍ ପାଇଁ ଆଜି ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ବଡ଼ ସଫଳତା । ବିଶ୍ଵକପ ପାଇଁ ଆଜି ହେବ ଲୋଗୋ ଉନ୍ମୋଚନ । ଆସନ୍ତା ବର୍ଷ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ୱକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଲୋଗୋ ଆଜି ଉନ୍ମୋଚିତ ହେବାକୁ ଯାଉଛି ।ଆଜି ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି ଲୋଗୋ ଉନ୍ମୋଚନ କରିବେ ।

ସୂଚନା ଅନୁଯାୟୀ, ଓଡିଶାରେ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଆୟୋଜିତ ହେବାକୁ ଯାଉଛି। ଆସନ୍ତାବର୍ଷ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ଆନ୍ତର୍ଜାତୀୟ ପୁରୁଷ ହକି ବିଶ୍ଵକପ । ଯାହାର ଲୋଗୋକୁ ଆଜି ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷେ, ଜୋରସୋରରେ ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମର ନିର୍ମାଣ ଚାଲିଛି । ନିର୍ମାଣ କାର୍ଯ୍ୟ ସରିଲେ ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ପାଲଟିବ ଭାରତର ସର୍ବ ବୃହତ ହକି ଷ୍ଟାଡିୟମ । ତେବେ ବହୁ ପ୍ରତିକ୍ଷୀତ ପୁରୁଷ ହକି ବିଶ୍ୱକପ୍ ଆସନ୍ତାବର୍ଷ ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ଖେଳାଯିବ ।

ସୂଚନା ଥାଉ କି, ନିକଟରେ 5ଟି ସଚିବ ଭି.କେ ପାଣ୍ଡିଆନ୍ ରାଉରକେଲା ଗସ୍ତରେ ଯାଇ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ତେବେ ଏହି ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ ସମୟରେ 5ଟି ସଚିବଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମର କମିଶନର ଶୁଭଙ୍କର ମହାପାତ୍ର ଆଦି ଉପସ୍ଥିତ ଥିଲେ ।

Related posts

ବିଜୟ ମୁକୁଟ ପିନ୍ଧିଲେ ଭାରତୀୟ ମହିଳା ହକି ଦଳ

Odisha Sports Bureau

ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ

Odisha Sports Bureau

ସ୍ପୋର୍ଟସ ସେନ୍ସେସନ ସିଏମ

Odisha Sports Bureau