Cricket

ଜୋରିମାନା ଗଣିଲା ଭାରତୀୟ ଦଳ

ସ୍ଲୋ ଓଭର-ରେଟ୍ ପାଇଁ, ମ୍ୟାଚ୍-ଫି’ର ଦଶ ପ୍ରତିଶତ ଜୋରିମାନା ଗଣିଲା ଭାରତୀୟ ଦଳ । ଗୋଟେପଟେ ଭାରତୀୟ ଦଳ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ODI ସିରିଜକୁ ୨-୧ରେ ଜିତି ନିଜ ନାଁରେ କରିଛି। ଭାରତ ସିରିଜର ପ୍ରଥମ ମ୍ୟାଚ୍ ୧୭ ରନରେ ଜିତିବା ପରେ, ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆରେ ଚାରି ୱିକେଟରେ ମ୍ୟାଚ୍ ଜିତିଥିଲା। କିନ୍ତୁ ଭାରତ ତୃତୀୟ ଏବଂ ଅନ୍ତିମ ମ୍ୟାଚ୍ ୯ ୱିକେଟରେ ଜିତି ସିରିଜ୍ ସୁରକ୍ଷିତ କରିଛି। ହେଲେ ରାୟପୁରରେ ଦ୍ୱିତୀୟ ଦିନିକିଆରେ ସ୍ଲୋ ଓଭର-ରେଟ୍ ପାଇଁ ICC ଏବେ ଭାରତୀୟ ଦଳକୁ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜୋରିମାନା କରିଛି।

ଦଳ ନିର୍ଦ୍ଧାରିତ ସମୟଠାରୁ ଦୁଇ ଓଭର କମ୍ ବୋଲିଂ କରିଥିଲା। ଯାହାକୁ ନେଇ ICC ଏଲିଟ୍ ପ୍ୟାନେଲ୍ ମ୍ୟାଚ୍ ରେଫରି ରିଚି ରିଚାର୍ଡସନ୍,କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଉପରେ ଏହି ଜରିମାନା ଲଗାଇଛନ୍ତି। ଯାହା ICC ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ମଞ୍ଜୁର କରାଯାଇଥିଲା ।

Related posts

ଭାରତ ପାଇଁ ଏକ ବଡ଼ ଝଟକା

Odisha Sports Bureau

କହିଲେ ବିଶ୍ୱକପ୍ ନେଇ ପାରେ ଭାରତ, ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ

Odisha Sports Bureau

ଆଜି ଆଇପିଏଲରେ ଦେଖିବାକୁ ମିଳିବ ଚେନ୍ନାଇ ଓ ଲକ୍ଷ୍ନୌ କଡ଼ା ମୁକାବିଲା

Odisha Sports Bureau