Cricket

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ଦିନିକିଆ

ଭୁବନେଶ୍ୱର: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଭାରତ ମଙ୍ଗଳବାର ଖେଳିବ। ସଂପ୍ରତି ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ଥିବାରୁ ଉଭୟ ଦଳ ଏହି ମ୍ୟାଚ୍ ଜିତି ଶୃଙ୍ଖଳା କରାୟତ୍ତ କରିବାକୁ ଚେଷ୍ଟା କରିବେ। ପ୍ରଥମ ମ୍ୟାଚ୍ ଭାରତ ସହଜରେ ଜିତିଥିଲା ବେଳେ ଦ୍ବିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ୬ ୱିକେଟ୍ରେ ଭ୍ରମଣକାରୀ ଦଳକୁ ମାତ୍ ଦେଇଥିଲା। ଦ୍ବିତୀୟ ଦିନିକିଆ ପରାଜୟ ପରେ ଭାରତର ବିଶ୍ବକପ୍ ପ୍ରସ୍ତୁତି ନେଇ ପ୍ରଶ୍ନ ଉଠିଥିଲା। ଶେଷ ଦିନିକିଆ ଜିତି ସମାଲୋଚକଙ୍କୁ ଉଚିତ ଜବାବ ଦେବାକୁ ଚାହିବ ଭାରତ। ବିଶ୍ବକପ୍କୁ ନଜରରେ ରଖି ଦଳର ମଧ୍ୟଭାଗରେ ସଂଜୁ ସାମସନ ଓ ସୂର୍ୟ୍ୟକୁମାର ଯାଦବଙ୍କୁ ପରୀକ୍ଷାନିରୀକ୍ଷା କରୁଛି। ଏମାନେ ବି ଦୁଇଟି ମ୍ୟାଚ୍ରେ ବିଫଳ ରହିଛନ୍ତି। ତେଣୁ ଏମାନଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ତେଣୁ ଟ୍ବେଣ୍ଟି-୨୦ରେ ସଫଳ ବ୍ୟାଟର୍ ସୂର୍ୟ୍ୟକୁମାର ଯାଦବ ୫୦ ଓଭରିଆ ମ୍ୟାଚ୍ରେ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍ରେ ସାମସନ ମଧ୍ୟ ମ୍ୟାଚ୍ ବିଜୟୀ ପାଳି ଖେଳି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାର ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା କରିବାକୁ ଚାହିବେନି। ଟେଷ୍ଟ ଶୃଙ୍ଖଳାରେ ଈଶାନ କିଶନ ବ୍ୟାଟିଂରେ ପ୍ରଭାବଶୀଳ ହୋଇଥିଲା ବେଳେ ଶୁବମନ ଗିଲ ଇଣ୍ଡିଜ୍ରେ ଏପର୍ୟ୍ୟନ୍ତ ସେପରି ପ୍ରଭାବୀ ପ୍ରଦର୍ଶନ ଦେଇନାହାନ୍ତି। କିନ୍ତୁ ଉଭୟ ଖେଳାଳି ଭାରତର ଏହି ନର୍ଣ୍ଣାୟକ ମ୍ୟାଚ୍ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ପଡ଼ିବ। ଓପନିଂ ବୋଲିଂ କରୁଥିବା ହାର୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ବ୍ୟାଟ୍ରେ କିଛି କରି ଦେଖାଇବାକୁ ପଡ଼ିବ। ବୋଲିଂରେ ଦ୍ରୁତ ବୋଲର ଏହି ଶୃଙ୍ଖଳାରେ ୱିକେଟ୍ ଶୂନ୍ୟ ରହିଛନ୍ତି। ଚାଇନାମ୍ୟାନ୍ କୁଲଦୀପ ଯାଦବ ସଂପ୍ରତି ତାଙ୍କ ସାଥୀ ୟୁଝବେନ୍ଦ୍ର ଚହଲଙ୍କ ସହ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପକ୍କା କରିବା ଲାଗି ସଂଘର୍ଷ କରିବେ। ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ଦଳ ଚହଲଙ୍କୁ ଶେଷ ଦିନିକିଆ ପରୀକ୍ଷା କରିବାର ସମ୍ଭାବନା ରହିଛି।

Related posts

ଦକ୍ଷିଣ ଆଫ୍ରିକାକୁ ହରାଇ ରେକର୍ଡ ଭାଙ୍ଗିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

Odisha Sports Bureau

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦

Odisha Sports Bureau

ଭାରତୀୟ ଖେଳାଳୀଙ୍କୁ କୋରୋନା