ଆଜି ହେବ ଡବଲ ଲଢେଇ । ଏଥି ପାଇଁ ପସ୍ତୁତ ଭାରତର ୨ଟି ଟିମ । ଏପଟେ ମହିଲା କ୍ରିକେଟ ଟିମ ଦିନ୩ ଟା ବାଜି ୩୦ ମିନିଟିରେ ପାରମ୍ପାରିକ ପ୍ରତିଦ୍ୱେଦି ପାକିସ୍ତାନକୁ ଭେଟି ବାକୁ ଥିବା ବେଳେ ପୁରୁଷ କ୍ରିକେଟ ଦଳ ୭ ରେ ବାଂଲାଦେଶ ସହ କରିବ ମୁକାବିଲା । ଏଥିପାଇଁ ଭାରତ ଗସ୍ତରେ ବାଂଲାଦେଶ କ୍ରିକେଟ୍ ଟିମ୍ । ପ୍ରଥମ ଖେଳାଯାଇଥିଲା ଟେଷ୍ଟ ସିରିଜ୍ । ଯେଉଁଥିରେ ୨-୦ରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଆଉ ଏବେ ଟି-୨୦ର ସମୟ । ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଯାହାର ପ୍ରଥମ ମ୍ୟାଚ୍ ଗ୍ୱାଲିୟର ସ୍ଥିତ ମାଧବ ରାଓ ସିନ୍ଧିଆ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ ।
ଟେଷ୍ଟ ସିରିଜ୍ ବିଜୟ ପରେ ଟିମ୍ ଇଣ୍ଡିଆର ମନୋବଳ ବେଶ୍ ଦୃଢ ରହିଛି । ତଥାପରି କଡା ଟକ୍କର ଦେବାକୁ ପ୍ରସ୍ତୁତ ବାଂଲାଦେଶ ଟିମ୍ । ଅବଶ୍ୟ ଟିମ୍ ଇଣ୍ଡିଆର ଟି-୨୦ ସ୍କ୍ୱାର୍ଡରେ ଅଧିକାଂଶ ଯୁବ ଖେଳାଳି ଅଛନ୍ତି । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜାଙ୍କ ଅବସର ଘୋଷଣା ପରେ ଏବେ ଯୁବ ବାହିନୀ ଟି-୨୦ ସିରିଜ୍ ଖେଳୁଛନ୍ତି । ଆଜିକା ସମୟରେ ଟିମ୍ ଇଣ୍ଡିଆ ସ୍କ୍ୱାର୍ଡରେ ଅଭିଜ୍ଞ କହିବାକୁ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ୟ୍ୟକୁମାର ଯାଦବଙ୍କ ପରି ଖେଳାଳି ରହିଛି । ବାକି ସଞ୍ଜୁ ସାମସନ, ରିଙ୍କୁ ସିଂହଙ୍କ ଭଳି ଆଉ କିଛି ପରିଚିତ ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିବ ।ଏହା ବ୍ୟତିତ ଶିବମ ଦୁବେ ଏହି ଦଳରେ ସ୍ଥାନ ପାଇଥିଲେ । ମାତ୍ର ସେ ଆହତ ହେବା କାରଣରୁ ତାଙ୍କ ସ୍ଥାନରେ ବାମହାତି ବ୍ୟାଟର ତିଳକ ବର୍ମାଙ୍କୁ ଡାକରା ମିଳିଛି ।
ସେହିପରି ସେପଟେ ଆଜି ମହିଳା ଟି-୨୦ ବିଶ୍ବକପରେ ଏକ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ । ମ୍ୟାଚରେ ଭାରତ- ପାକିସ୍ତାନ ମୁହାଁମୁହିଁ ହେବାକୁ ଥିବାବେଳେ କଡା ଟକ୍କର ଦେଖିବାକୁ ଥିବା ବେଳେ କିଏ ହାତେଇବ ବିଜୟ ମୁକୁଟ ତାହା କୁ ସମସ୍ତଙ୍କ ଅପେକ୍ଷା। ହେଲେ ଗତ ଟି-୨୦ ମ୍ୟାଚରେ ମହିଳା ଭାରତ ଦଳ ଯେମତି ପାକିସ୍ତାନକୁ ଧୂଳି ଚଟେଇଥିଲା ତାକୁ ଦେଖି ଲାଗୁଛି ଏହି ମ୍ୟାଚଟି ଭାରତ ସପକ୍ଷରେ ରହିବ ।
next post