Cricket

କ୍ରିକେଟର ରିଷଭ ପନ୍ତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସହାୟତା କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ

ଦିଲ୍ଲୀ: ଏକ କାର ଦୁର୍ଘଟଣାରେ ଶୁକ୍ରବାର ସକାଳେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ ହୋଇଛନ୍ତି । ପନ୍ତଙ୍କ ମୁଣ୍ଡ, ଗୋଡ ଏବଂ ହାତରେ ଗୁରୁତର ଆଘାତ ଲାଗିଛି । ଏହାଛଡା ପିଠି ଏବଂ ଶରୀରର ଅନ୍ୟ ଭାଗରେ ମଧ୍ୟ ଆଘାତ ଲାଗିଛି । ଏହି ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଜଣକ ଭଗବାନ ସାଜି ପନ୍ତଙ୍କ ଜୀବନ ବଞ୍ଚାଇଥିଲେ । ଦିଲ୍ଲୀ-ଦେହରାଡୁନ୍ ରାଜପଥରେ ଋଷଭ ପନ୍ତ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡିଭାଇଡରକୁ ଯାଇ ଧକ୍କା ଲାଗିବା ପରେ ତାଙ୍କ କାର ଓଲଟି ପଡିଥିଲା ଓ କାରରେ ନିଆଁ ଲାଗିଯାଇଥିଲା ।

ଦେଖୁ ଦେଖୁ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର୍ ପାଉଁଶ ହୋଇଯାଇଥିଲା ।ହରିଦ୍ୱାର ଏସଏସପି ଅଜୟ କୁମାରଙ୍କ ଅନୁଯାୟୀ କାରରେ ଦୁର୍ଘଟଣା ଘଟିଥିବା ବେଳେ ହରିୟାଣା ରୋଡୱେ ବସ୍ ଋଷଭ ପନ୍ତଙ୍କ ପଛରେ ଥିଲା । ଡ୍ରାଇଭର ସୁଶୀଲ କୁମାର କାର ଦୁର୍ଘଟଣା ଦେଖିବା ପରେ ବସକୁ ଅଟକାଇ ୧୧୨ ନମ୍ବରକୁ କଲ କରି ସୂଚନା ଦେଇଥିଲେ । ଏହା ପରେ ଋଷଭ ପନ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା ।ଋଷଭ ପନ୍ତ କହିଛନ୍ତି ଯେ, ତାଙ୍କର ଆଖି ଲାଗିଯାଇଥିବା କାରଣରୁ ସେ କାର ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଓଲଟି ପଡିଥିଲା ।କାରରେ ସଂପୂର୍ଣ୍ଣ ନିଆଁ ଲାଗିଯାଇଥିବା ବେଳେ ରିଷଭ କାରର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ ।

ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ବସ୍ ଦୁର୍ଘଟଣା ଦେଖି ଅଟକିଯାଇଥିଲା। ସେଇ ବସରେ ଥିବା ଡ୍ରାଇଭର ସୁଶୀଲ ଏବଂ କଣ୍ଡକ୍ଟର ପରମଜିତ ତୁରନ୍ତ ଦୁର୍ଘଟଣାଗ୍ରସ୍ତ କାରକୁ ପାଖକୁ ଯାଇ ଋଷଭ ପନ୍ତଙ୍କଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ। ଆଉ ଉଦ୍ଧାର କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଇଥିଲେ। ରିଷଭଙ୍କୁ ସହାୟତା କରିଥିବା ବସ୍‌ ଡ୍ରାଇଭର ସୁଶୀଲ ଏବଂ କଣ୍ଡକ୍ଟର ପରମଜିତ ହରିୟାଣା ରୋଡେଓ୍ଵଜର ପାନିପତ ଡିପୋରେ କାମ କରନ୍ତି । ଅନ୍ୟମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ।ତେବେ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ଏଭଳି ମାନବିକତା ପାଇଁ ତାଙ୍କୁ ହରିୟାଣା ସରକାରଙ୍କ ତରଫରୁ ସମ୍ମାନିତ କରାଯିବ ବୋଲି ଖବର ମିଳିଛି ।

Related posts

IND vs ENG Semi: ଯଦି ବର୍ଷା କାରଣରୁ ବାତିଲ୍ ହୁଏ ମ୍ୟାଚ୍ ତେବେ କିଏ ଯିବ ଫାଇନାଲକୁ

ମହମ୍ମଦ ଶାମିଙ୍କୁ ଆଶ୍ୱସ୍ତି

Odisha Sports Bureau

ୱାନଡେ ୱାର୍ଲ୍ଡ କପରେ ଦେଖିବାକୁ ମିଳିବେନି ଏହି ୩ ପ୍ରମୁଖ ଆନ୍ତର୍ଜାତୀୟ ଖେଳାଳି; ତାଲିକାରେ ଜଣେ ଭାରତୀୟ ଖେଳାଳି ମଧ୍ୟ ସାମିଲ

Odisha Sports Bureau