Cricket

ପ୍ଲେଇଙ୍ଗ ୧୧ରେ ସ୍ଥାନ ନ ପାଇବାରୁ ଭେଙ୍କଟେଶ ଆୟାରଙ୍କ ବଡ଼ ଖୁଲାସା

ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକଙ୍କ ପାଇଁ ଅନ୍ୟ ଜଣେ ଖେଳାଳି ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ୨୦୨୧ ଟି-୨୦ ବିଶ୍ୱକପ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦୀର୍ଘଦିନ ଧରି ଦଳକୁ ଫେରି ନଥିଲେ । ତାଙ୍କ ସ୍ଥାନରେ ଯୁବ ଅଲରାଉଣ୍ଡର ଭେଙ୍କଟେଶ ଆୟର ଦଳରେ ସ୍ଥାନ ପାଇଥିଲେ । ହାର୍ଦ୍ଦିକ ସୁସ୍ଥ ହୋଇ ଦଳକୁ ଫେରିବା ପରେ ଆଉ ଭେଙ୍କଟେଶଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଆଗକୁ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦଳ ହାର୍ଦ୍ଦିକଙ୍କ ଉପରେ ଅନେକ ଭରସା ରଖିଛି ।

ନିକଟରେ ଭେଙ୍କଟେଶ ଏକ ସାକ୍ଷାତକାରରେ ନିଜ ମନର କଥା କହିଛନ୍ତି । ସେ କହିଛନ୍ତି କି, ମୋତେ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇବାକୁ ହେଲେ ହାର୍ଦ୍ଦିକଙ୍କ ଭଳି ପ୍ରଦର୍ଶନ କରିବାକୁ ପଡ଼ିବ । ମୋତେ ତାଙ୍କ ଭଳି କଠିନ ପରିଶ୍ରମ କରିବାକୁ ପଡ଼ିବ । ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଭେଙ୍କଟେଶ ଭଲ ପ୍ରଦର୍ଶନ କରିବା ସହ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ସେ ଏକ ଶତକ ହାସଲ କରି ଦର୍ଶକଙ୍କ ମନମୋହିଥିଲେ । ଚଳିତ ଆଇପିଏଲ ସିଜିନରେ ଭେଙ୍କଟେଶ ୧୪ଟି ପାଳିରୁ ୪୦୪ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି । ଏପରିକି କେକେଆରର ମଧ୍ୟ ସେ ଜଣେ ନିର୍ଭରଯୋଗ୍ୟ ଖେଳାଳି ।

 

Related posts

ମେ ୬ରୁ ମହିଳା ଟି-୨୦ ଚ୍ୟାଲେଞ୍ଜ

Odisha Sports Bureau

ହାତ ଛାଡିଲା ମୁମ୍ବାଇ; କାହାର ହେବେ ହାର୍ଦ୍ଦିକ ?

Odisha Sports Bureau

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ : ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ

Odisha Sports Bureau