Cricket

ଅଷ୍ଟ୍ରେଲିଆ ମହିଳା ଟିଭି ସାମ୍ବାଦିକାଙ୍କ ସହ ବିରାଟ କୋହଲୀଙ୍କ ଯୁକ୍ତିତର୍କ

ଭାରତୀୟ କ୍ରିକେଟର ବିରାଟ କୋହଲୀ ମେଲବର୍ଣ୍ଣ ପହଞ୍ଚିବା ପରେ ଜଣେ ଅଷ୍ଟ୍ରେଲିଆ ମହିଳା ଟିଭି ସାମ୍ବାଦିକାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବକ୍ସିଙ୍ଗ ଡେ ଟେଷ୍ଟ ପୂର୍ବରୁ ମେଲବର୍ଣ୍ଣରେ ବିରାଟ କୋହଲୀଙ୍କର ଜଣେ ସାମ୍ବାଦିକାଙ୍କ ସହ ଯୁକ୍ତିତର୍କ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ବିରାଟ ହଠାତ୍‌ କାହିଁକି ରାଗି ଗଲେ? ଏହାର କାରଣ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିରାଟଙ୍କ ପରିବାର ଫଟୋ ଓ ଭିଡିଓ ନେବାରୁ ସେ ଅସନ୍ତୁଷ୍ଟ ହୋଇଥିବା କୁହାଯାଉଛି ।
ବିରାଟ ନିଜ ପତ୍ନୀ ଅନୁଷ୍କା ଶର୍ମା, ଶିଶୁ ଭାମିକା, ଅକାୟ କୋହଲୀଙ୍କ ସହ ମେଲବର୍ଣ୍ଣ ବିମାନବନ୍ଦରରେ ପହଞ୍ଚିଥିଲେ । ସେହି ସମୟରେ ଅଷ୍ଟ୍ରେଲିଆର ଜଣେ ସାମ୍ବାଦିକା ତାଙ୍କ ଭିଡିଓ କରିଥିଲେ ।

Related posts

ଶ୍ରୀଲଙ୍କାର ଭେଟେରାନ କ୍ରିକେଟର ଲସିଥ ମାଲିଙ୍ଗାଙ୍କ ନାମରେ ରହିଛି ଅନେକ ମଜାଦାର ରେକର୍ଡ

Odisha Sports Bureau

IPL 2026 ରେ ନିରାଶାଜନକ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡିପାରନ୍ତି…

୨୩ ବର୍ଷ ପରେ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ…