Cricket

ନ୍ୟୁଜିଲାଣ୍ଡକୁ ହରାଇଲା ୱେଷ୍ଟ୍ଇଣ୍ଡିଜ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ମାଉଣ୍ଟ ମଙ୍ଗନୁଇରେ ଶୁକ୍ରବାର ଦିନ ଉଦ୍ଘାଟିତ ହୋଇଛି ମହିଳା କ୍ରିକେଟ୍ ବିଶ୍ବକପ୍ର ଦ୍ବାଦଶତମ ସଂସ୍କରଣ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୱେଷ୍ଟ୍ଇଣ୍ଡିଜ୍ ୩ ରନ୍ରେ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ୱେଷ୍ଟଇଣ୍ଡିଜ୍ ହେଲି ମାଥ୍ୟୁସ (୧୧୯, ୧୨୮ ବଲ୍, ୧୬ ଚୌକା, ୧ ଛକା)ଙ୍କ ଚମତ୍କାର ଶତକ ବଳରେ ୨୫୯/୯ କରିଥିଲା। ଚିଡିନ୍ ନେସନ ୩୬ ଓ ଅଧିନାୟିକା ଷ୍ଟିଫାନି ଟେଲର ୩୦ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲି ତାହୁହୁ ୩ ଓ ଜେସ କେର ୨ ୱିକେଟ୍ ନେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଅଧିନାୟିକା ସୋଫି ଡେଭିନ୍ (୧୦୮, ୧୨୭ ବଲ୍, ୧୦ ଚୌକା)ଙ୍କ ଶତକ ସତ୍ତ୍ବେ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚରେ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି ହେଲି ମାଥ୍ୟୁସ ଏବଂ ସେ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।

Related posts

୨୩ ମିନିଟରେ ମ୍ୟାଚ୍ ଜିତାଇଦେଲେ

Odisha Sports Bureau

ଭାରତୀୟ ଖେଳାଳୀଙ୍କ ବିରୋଧରେ ଅଭିଯୋଗ କରିବେ ନକଭି

Odisha Sports Bureau

ବାଜି ପଲଟେଇଲେ ଧୋନି