Cricket

ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି

ୱେଷ୍ଟଇଣ୍ଡିଜ୍- ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଟି-୨୦ ଦଳରେ ସ୍ଥାନ ପାଇଥିବା ରସେଲ୍ ତାଙ୍କ ଘରୋଇ ଦେଶ ଜାମାଇକାର ସାବିନା ପାର୍କରେ କେବଳ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବା ପରେ ଆନ୍ତର୍ଜାତିକ କ୍ରିକେଟ୍‌ ରୁ ଅବସର ନେବେ । ତାଙ୍କର ବିସ୍ଫୋରକ ବ୍ୟାଟିଂ ଏବଂ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ସେ ବେସ ଜଣାଶୁଣା, ତାଙ୍କର ଅବସର ୱେଷ୍ଟଇଣ୍ଡିଜ୍ ଦଳରେ ଏକ ଯୁଗର ଅନ୍ତ ଘଟାଇବ।

୩୭ ବର୍ଷୀୟ ରସେଲ୍ ୱେଷ୍ଟଇଣ୍ଡିଜ୍ ପାଇଁ ଟି-୨୦ରେ ୮୪ଟି ମ୍ୟାଚ୍ ଖେଳି ୧୦୭୮ ରନ୍ ଏବଂ ୬୧ ୱିକେଟ୍ ନେଇଛନ୍ତି। ସେ ୨୦୧୨ ଏବଂ ୨୦୧୬ ଟି-୨୦ ବିଶ୍ୱକପ୍ ସଂସ୍କରଣରେ ବିଜେତା ଦଳର ମଧ୍ୟ ଅଂଶ ଥିଲେ। ବିଶ୍ୱ ଫ୍ରାଞ୍ଚାଇଜ୍ ସର୍କିଟ୍‌ରେ ୫୬୧ ଟି-୨୦ ମ୍ୟାଚ୍ ଖେଳି ସେ ୧୬୮.୩୧ ଷ୍ଟ୍ରାଇକ୍-ରେଟ୍‌ରେ ୯୩୧୬ ରନ୍ ସଂଗ୍ରହ କରିଛନ୍ତି ଏବଂ ୪୮୫ ୱିକେଟ୍ ନେଇଛନ୍ତି।

ରସେଲ୍ ନିଜ ଅବସର ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି “ମୁଁ ୱେଷ୍ଟଇଣ୍ଡିଜ୍‌ ପାଇଁ ଖେଳିବାକୁ ଭଲ ପାଏ ଏବଂ ମୁଁ ଏତେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବି ବୋଲି ଭାବିନଥିଲି। ପ୍ରଥମ ୨ଟି ଟ୍ବେଣ୍ଟି୨୦ରେ ଦଳକୁ ଜିତାଇବା ସହ ମୁଁ କାରିବିଆନ୍‌ରୁ ଆସୁଥିବା ପରବର୍ତ୍ତୀ ପିଢ଼ିର କ୍ରିକେଟରଙ୍କ ପାଇଁ ଏକ ଆଦର୍ଶ ହୋଇ ମୋର ଅନ୍ତର୍ଜାତୀୟ କ୍ୟାରିଅରକୁ ଉଚ୍ଚ ସ୍ତରରେ ଶେଷ କରିବାକୁ ଚାହେଁ। ୱେଷ୍ଟଇଣ୍ଡିଜ୍‌କୁ ପ୍ରତିନିଧିତ୍ୱ କରିବା ମୋ ଜୀବନର ସବୁଠାରୁ ଗର୍ବର ସଫଳତା ମଧ୍ୟରୁ ଗୋଟିଏ । ଯେତେବେଳେ ମୁଁ ପିଲା ଥିଲି, ମୁଁ ଏହି ସ୍ତରକୁ ପହଞ୍ଚିବି ବୋଲି ଆଶା କରିନଥିଲି।”

 

Related posts

ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ

ଯୁବରାଜଙ୍କ ଘରେ ରାଜକୁମାର

Odisha Sports Bureau

ବିସିସିଆଇ ସଭାପତି ପଦରୁ ଇସ୍ତଫା ଗୁଜବକୁ ଖଣ୍ତନ କଲେ ସୌରଭ ଗାଙ୍ଗୁଲି

Odisha Sports Bureau