Cricket

ବିଶ୍ବକପରେ ଭାରତର ପ୍ରଦର୍ଶନ କ’ଣ ରହିବ ? ନିଜ ଭୂମିକାକୁ ନେଇ ଏମିତି କହିଲେ ରାହୁଲ ଦ୍ରାବିଡ

ମୁମ୍ବାଇ: ବିଶ୍ବକପରେ ଭାରତର ପ୍ରଦର୍ଶନ କ’ଣ ରହିବ ? ନିଜ ଭୂମିକାକୁ ନେଇ ଏମିତି କହିଲେ ରାହୁଲ ଦ୍ରାବିଡ । ଆରମ୍ଭ ହୋଇଯାଇଛି ବିଶ୍ବକପ । ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।
ମ୍ୟାଚ ପୂର୍ବରୁ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ରୋହିତ ବାହିନୀକୁ ଅଧିକ ଶକ୍ତିଶାଳୀ କରିବାକୁ ଫୋକସ କରିଛନ୍ତି । ନିଜର ଶାନ୍ତ ରଣନୀତି ପାଇଁ ଜଣାଶୁଣା ରାହୁଲ ଦ୍ରାବିଡ କୋଚ ଭାବରେ ନିଜର ଭୂମିକା ନେଇ ଆଲୋଚନା କରିଛନ୍ତି । ରାହୁଲ ଦ୍ରାବିଡ ଗଣମାଧ୍ୟମକୁ କହିଛନ୍ତି ଯେ, ସତ କହିବାକୁ ଗଲେ ଥରେ ଖେଳ ଆରମ୍ଭ ହେବା ପରେ ଏହା ଅଧିନାୟକଙ୍କ ଦଳ । ଫିଲ୍ଡରେ ଦଳ କିଭଳି ପ୍ରଦର୍ଶନ କରିବ ତାହା ଅଧିନାୟକଙ୍କ ଉପରେ ନ୍ୟସ୍ତ । ପ୍ରଶିକ୍ଷକଙ୍କ ଭୂମିକା ମୁଖ୍ୟତଃ ଖେଳ ପୂର୍ବରୁ ପ୍ରସ୍ତୁତି, ଦଳ ଗଠନ କରିବା ଏବଂ ଖେଳାଳିଙ୍କ ମଧ୍ୟରେ ଭଲ ମାନସିକତା ବଜାୟ ରଖିବା । ଗୋଟିଏ ରନ ବା ଗୋଟିଏ ଓ୍ବିକେଟ ପାଇଁ ଟୁର୍ଣ୍ଣାମେଣ୍ଟ ଖେଳୁ ନାହୁଁ ବରଂ ଦଳ କେମିତି ବିଜୟ ହେବ ତାହା ଉପରେ ଫୋକସ କରାଯାଏ । ଫିଲ୍ଡକୁ ଓହ୍ଳାଇବା ପରେ ଆମେ କେବଳ ଖେଳାଳିଙ୍କୁ ସମର୍ଥନ କରିପାରିବୁ । ପଡିଆରେ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ଆମେ ଆଶା କରୁ ।

Related posts

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ

Odisha Sports Bureau

ନ୍ୟୁଜିଲାଣ୍ଡ-ଏ ବିପକ୍ଷ ମ୍ୟାଚ୍‌ ନେଇ ଭାରତୀୟ-ଏ ଦଳ ଘୋଷିତ, ରାଜ ବାୱା ଦଳରେ ସାମିଲ

Odisha Sports Bureau

ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ୍‌ ସୋମବାର ପେସାଦାର କ୍ରିକେଟ୍‌ରୁ ଅବସର ନେଇଛନ୍ତି

Odisha Sports Bureau