Cricket

କ୍ୱାଲିଫାୟାର ମ୍ୟାଚରୁ ବାଦ ପଡିଲା ୪ ଦେଶ

ଅକ୍ଟୋବରରେ ଆୟୋଜନ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସୂଚୀ ଘୋଷଣା କରିଛି ଆଇସିସି । ଆଉ ଏଥିପାଇଁ ୧୮ ଜୁନରୁ ଜିମ୍ବାୱେ ବିଶ୍ବକପ ପାଇଁ କ୍ବାଲିଫାୟାର ମ୍ୟାଚ୍ ଖେଳାଯାଉଛି । ୧୦ ଟିମ୍ ମଧ୍ୟରେ ଆଉ ବାକି ୨ଟି ସ୍ଥାନ ପାଇଁ କ୍ବାଲିଫାୟାର ଲଢେଇ ଚାଲିଛି । ତେବେ ୪ଟି ଟିମର ବିଶ୍ବକପ ଖେଳିବା ସ୍ବପ୍ନ ଭାଙ୍ଗିଯାଇଛି । ଗତ ଶନିବାର ଦିନ ଜିମ୍ବାୱେ ୱେଷ୍ଟଇଣ୍ଡିଜକୁ ହରାଇବା ପରେ ପଏଣ୍ଟ ଟେବୁଲ ବଦଳିଯାଇଛି । ଆଉ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି ୪ଟି ଦେଶ ।

ନେପାଳ, ୟୁନାଇଟେଡ୍, ୟୁଏଇ ପରେ ଆର୍ୟଲାଣ୍ଡ ମଧ୍ୟ ବିଶ୍ବକପରୁ ବାଦ୍ ପଡିଛି । ତେବେ ଏଥିପାଇଁ ୮ଟି ଟିମ୍ ନିଜ ସ୍ଥାନ ପକ୍କା କରି ସାରିଥିବା ବେଳେ ଅନ୍ୟ ଦୁଇଟି ସ୍ଥାନ ପାଇଁ କ୍ୱାଲିଫାୟାର ଲଢେଇ ଜାରି ରହିଛି । ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ ବିଶ୍ୱକପରେ ସ୍ଥାନ ପାଇଛନ୍ତି । ଟୁର୍ଣ୍ଣାମେଣ୍ଟ ୮ ଅକ୍ଟୋବରରୁ ଆରମ୍ଭ ହେବ । ବିଶ୍ବକପ ପାଇଁ ୯ଟି ସ୍ଥାନ ପାଇଁ ଲିଷ୍ଟ କରାଯାଇଛି । ଅହମଦାବାଦ, ଚେନ୍ନାଇ, ଲକ୍ଷ୍ନୌ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକତା, ପୁନେ, ଧର୍ମଶାଳା ସାମିଲ ରହିଛି ।

Related posts

ଇତିହାସ ରଚିଛନ୍ତି ଭାରତୀୟ ଟି-୨୦ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା

Odisha Sports Bureau

ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ନେଇ ବିସିସିଆଇକୁ ପ୍ରସ୍ତାବ

Odisha Sports Bureau

ଭାରତର ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି