Cricket

ୱିକେଟ ନେଇ ସିରାଜ ଦେଲେ ସୁଯୋଗ, ଭାରତୀୟ ବ୍ୟାଟର କରିଲେ ହାତଛଡା

ଲଣ୍ଡନ: ମହମ୍ମଦ ସିରାଜ ୪ ୱିକେଟ୍ ନେଇ ସୁଯୋଗ ଦେଇଥିଲେ, କିନ୍ତୁ ଭାରତୀୟ ବ୍ୟାଟର୍ ଏହାକୁ ହାତଛଡ଼ା କରି ଦେଇଛନ୍ତି। ଫଳରେ ପ୍ରଥମ ଦିନ ଭଳି ଦ୍ବିତୀୟ ଦିବସରେ ମଧ୍ୟ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାର କରିଛି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଏହି ଫାଇନାଲ୍‌ରେ ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିବା ସହ ସଂଘର୍ଷ କରୁଛି। ଅଜିଙ୍କ୍ୟ ରାହାଣେ ୨୯ ଓ ଶ୍ରୀକର ଭରତ ୫ ରନ୍‌ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ ଆଇପିଏଲ୍‌ ଅରେଞ୍ଜ କ୍ୟାପ୍‌ ବିଜେତା ଶୁବମନ ଗିଲ୍‌ ପ୍ରଥମରୁ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ। କିନ୍ତୁ ଏହାକୁ ବଡ଼ ସ୍କୋରରେ ପରିଣତ କରିବାରେ ଉଭୟ ବିଫଳ ହୋଇଥିଲେ।

ଷଷ୍ଠ ଓଭରର ଶେଷ ବଲରେ ପ୍ୟାଟ୍‌ କମିନ୍ସ ଭାରତୀୟ ଅଧିନାୟକଙ୍କୁ ଏଲବିଡବ୍ଲୁ କରିଥିଲା ବେଳେ ୩ ବଲ୍‌ ବ୍ୟବଧାନ ପରେ ସ୍କଟ୍‌ ବୋଲାଣ୍ଡଙ୍କ ଇନ୍‌ ସୁଇଂକୁ ବୁଝିନପାରି ଗିଲ୍‌ ବୋଲ୍ଡ ହୋଇଯାଇଥିଲେ। ବଲ୍‌କୁ ସେ ଛାଡ଼ି ଦେଇଥିବାବେଳେ ଷ୍ଟମ୍ପ୍ ହରାଇଥିଲେ।  ଟି ବ୍ରେକ   ସୁଦ୍ଧା ଭାରତକୁ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ସମ୍ଭାଳିଥିଲେ। କିନ୍ତୁ ପୂଜାରା ମଧ୍ୟ ସମାନ ଢଙ୍ଗରେ ବଲ୍‌ ଛାଡ଼ି କାମେରନ୍‌ ଗ୍ରିନଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। କୋହଲିଙ୍କୁ ଷ୍ଟାର୍କ ଆଉଟ୍‌ କରି ଶୀର୍ଷକ୍ରମ ଭାଙ୍ଗିଥିଲେ। ୧୯ ଓଭର ଭିତରେ ଭାରତ ୭୧ ରନ୍‌ରେ ୪ ୱିକେଟ୍‌ ହରାଇସାରିଥିଲା। ଜାଦେଜା ଓ ଅଜିଙ୍କ୍ୟ ରାହାଣେ ପଞ୍ଚମ ୱିକେଟ୍‌ରେ ୭୧ ରନ୍‌ ଭାଗୀଦାରି କରି ପାଳି ସମ୍ଭାଳିଥିଲେ। କିନ୍ତୁ ଗୁରୁବାର ଖେଳ ଶେଷ ହେବାର ୪ ଓଭର ପୂର୍ବରୁ ଜାଦେଜା ଆଉଟ୍‌ ହୋଇଯାଇଥିଲେ।

Related posts

ସିରିଜ କବଜା କଲା ଭାରତ

Odisha Sports Bureau

ଫେବ୍ରୁଆରୀ ୭ରୁ ଟି-୨୦ ବିଶ୍ୱକପ୍

Odisha Sports Bureau

ଏନସିଏର ମୁଖ୍ୟ ଦାୟିତ୍ୱ ନେବେ ଡ୍ରାଭିଡ

Odisha Sports Bureau