Cricket

ସର୍ବାଧିକ ମ୍ୟାଚ ଆୟୋଜନ କରିବାର ରେକର୍ଡ଼ କଲା ବିସିସିଆଇ

(ଓଡିଶା ସ୍ପୋର୍ଟ): ଗୋଟିଏ ସିଜିନରେ ସର୍ବାଧିକ ମ୍ୟାଚ୍ ଆୟୋଜନ କରିବାର ରେକର୍ଡ଼ କରିଛି ବିସିସିଆଇ । ୨୦୧୮-୧୯ ସିଜିନରେ ରାଞ୍ଚିରେ ଆୟୋଜିତ ୨୩ ବର୍ଷରୁ କମ୍ ମହିଳା ଚାଲେଞ୍ଜର ଟ୍ରଫି ଫାଇନାଲ୍ ବିସିସିଆଇର ଶେଷ ଘରୋଇ ପ୍ରତିଯୋଗିତା ହୋଇଥିଲା ବେଳେ ମେ’ ୧୨ ତାରିଖରେ ହାଇଦ୍ରାବାଦରେ ଚଳିତ ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍ ଭାରତୀୟ କ୍ରିକେଟ୍ ସିଜିନର ପରିସମାପ୍ତି ହେବ। ଫଳରେ ପ୍ରଥମ ଥର ଲାଗି ବିଶ୍ବର ଏହି କ୍ରିକେଟ୍ ସଂଘ ୨୦୦୦ରୁ ଅଧିକ ମ୍ୟାଚ୍ ଆୟୋଜନ କରିସାରିଛି। ଏଥିରେ ୩୭ ଦଳ ଭାଗ ନେଇଥିଲେ ଏବଂ ୩୪୪୪ ମ୍ୟାଚ୍ ଦିବସ ରହିଥିଲା। ଏହି ସିଜିନରେ ବିସିସିଆଇ ମୋଟ ୨୦୨୪ ମ୍ୟାଚ୍ ଆୟୋଜନ କରିଥିଲା ବେଳେ ଏଥିରେ ୬୪୭୧ ଖେଳାଳି ଯୋଡ଼ି ହୋଇଥିଲେ।ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମ୍ୟାଚ୍ ଦିନରେ ୮୧ ପ୍ରତିଶତ ବୃଦ୍ଧି ଘଟିଛି।

Related posts

ଏସିଆ କପ୍ ଦଳକୁ ନେଇ ଗୌତମ ଗମ୍ଭୀର ଅସନ୍ତୁଷ୍ଟ; ଚୟନ କମିଟିକୁ କଲେ କଡ଼ା ସମାଲୋଚନା

Odisha Sports Bureau

ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ, ପ୍ଲେଇଂ ୧୧ରେ ବଡ଼ ପରିବର୍ତ୍ତନ

Odisha Sports Bureau

ଟି-୨୦ ବିଶ୍ୱକପ୍ ୨୦୨୬: ଭାରତର ୧୯୩ ରନ, ନେଦରଲ୍ୟାଣ୍ଡ ସମ୍ମୁଖରେ ୧୯୪ ରନର ଲକ୍ଷ୍ୟ

Odisha Sports Bureau