Uncategorized

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର । ମହିଳା ପିସ୍ତଲ ଇଭେଣ୍ଟରେ ମନୁ ଦ୍ୱିତୀୟ ସ୍ଥାନରେ ରହିଥିଲେ, ତେଣୁ ସେ ଏବେ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ମୋଟ ୫୯୦ ସ୍କୋର କରିଥିଲେ। ମନୁ ପ୍ରିସେନ୍ସରେ ୯୭, ୯୮ ଏବଂ ୯୯ ସ୍କୋର କରିଥିଲେ। ଏଥିରେ ତାଙ୍କର ମୋଟ ୨୯୪ ଥିଲା । ରାପିଡ୍ ରେ ୧୦୦, ୯୮ ଏବଂ ୯୮ ସ୍କୋର କରିଛନ୍ତି । ଏଥିରେ ମୋଟ୍ ୨୯୬ ଥିଲା ।ମନୁ ଭାକରଙ୍କ ଅନ୍ତିମ ମ୍ୟାଚ୍ ଶନିବାର ରାତି ୧ ଟାରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ତେବେ ଚଳିତ ବର୍ଷ ଅଲିମ୍ପିକ୍ସରେ ମନୁ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତକୁ ପ୍ରଥମ ବ୍ରୋଞ୍ଜ ଭେଟି ଦେଇସାରିଛନ୍ତି । ଏହାସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସେ ସରବଜୋଚ ସିଂହଙ୍କ ସହ ବ୍ରୋଞ୍ଜ ଜିତିବାରେ ସଫଳ ହୋଇଛନ୍ତି । ଏବେ ପୁରା ଦେଶର ନଜର ମନୁଙ୍କ ଆସନ୍ତା ମ୍ୟାଚ୍ ଉପରେ  ।

Related posts

ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ ରେ‘ଏକତା ପାଇଁ ଦୌଡ’

Odisha Sports Bureau

ବାସ୍କେଟ ବଲ ବିଶ୍ୱ କପରେ ସ୍ପେନର ବିଜୟ

Odisha Sports Bureau

ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ

Odisha Sports Bureau