Uncategorized

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର । ମହିଳା ପିସ୍ତଲ ଇଭେଣ୍ଟରେ ମନୁ ଦ୍ୱିତୀୟ ସ୍ଥାନରେ ରହିଥିଲେ, ତେଣୁ ସେ ଏବେ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ମୋଟ ୫୯୦ ସ୍କୋର କରିଥିଲେ। ମନୁ ପ୍ରିସେନ୍ସରେ ୯୭, ୯୮ ଏବଂ ୯୯ ସ୍କୋର କରିଥିଲେ। ଏଥିରେ ତାଙ୍କର ମୋଟ ୨୯୪ ଥିଲା । ରାପିଡ୍ ରେ ୧୦୦, ୯୮ ଏବଂ ୯୮ ସ୍କୋର କରିଛନ୍ତି । ଏଥିରେ ମୋଟ୍ ୨୯୬ ଥିଲା ।ମନୁ ଭାକରଙ୍କ ଅନ୍ତିମ ମ୍ୟାଚ୍ ଶନିବାର ରାତି ୧ ଟାରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ତେବେ ଚଳିତ ବର୍ଷ ଅଲିମ୍ପିକ୍ସରେ ମନୁ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତକୁ ପ୍ରଥମ ବ୍ରୋଞ୍ଜ ଭେଟି ଦେଇସାରିଛନ୍ତି । ଏହାସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସେ ସରବଜୋଚ ସିଂହଙ୍କ ସହ ବ୍ରୋଞ୍ଜ ଜିତିବାରେ ସଫଳ ହୋଇଛନ୍ତି । ଏବେ ପୁରା ଦେଶର ନଜର ମନୁଙ୍କ ଆସନ୍ତା ମ୍ୟାଚ୍ ଉପରେ  ।

Related posts

ରାଜଧାନୀର ଜଣାଶୁଣା ଆବାସିକ କମ୍ପେ୍ଲକ୍ସ ‘ଜେଡ଼୍ ୱାନ୍‌’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍‌ଘାଟିତ

ପୂର୍ବତନ ଅଲିମ୍ପିଆନ୍ ଫୁଟବଲର୍ ନିଖିଲ ନନ୍ଦୀଙ୍କ ବିୟୋଗ

Odisha Sports Bureau

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ