Hockey

ଅଲମ୍ପିକ ଟେଷ୍ଟ ଇଭେଣ୍ଟ : ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତୀୟ ମହିଳା ହକି ଟିମ

(ଓଡିଶାସ୍ପୋର୍ଟସ ): ଆଜି ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ଭାରତୀୟ ମହିଳା ହକି ଟିମ ବିଜୟ ଅଭିଯାନରୁ ଯାତ୍ରା ଆରମ୍ଭ କରିଛି । ଏହି ଇଭେଣ୍ଟରେ ଭାରତୀୟ ମହିଳା ହକି ଟିମ୍ ଆୟୋଜକ ଜାପାନକୁ ୨-୧ରେ ପରାସ୍ତ କରିଛି। ଆଜିଠାରୁ ଆରମ୍ଭ ହୋଇଥିବା ମ୍ୟାଚ୍ ଆରମ୍ଭରୁ ଭାରତୀୟ ମହିଳା ଟିମ୍ ନିଜର ଦବଦବା ଦେଖାଇଥିଲା। ଟିମ୍ର ପେନାଲଟି କର୍ଣ୍ଣର ସ୍ପେଶାଲିଷ୍ଟ ଗୁରଜିତ କୌର ମ୍ୟାଚ୍ର ୯ ମିନିଟ୍ରେ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରିଦେଇଥିଲେ। ତେବେ ୧୬ତମ ମିନିଟ୍ରେ ଜାପାନର ଅକି ମିତଶୁହାସି ଚମତ୍କାର ଫିଲ୍ଡ ଗୋଲ କରି ସ୍ଥିତି ୧-୧କୁ ଆଣିଦେଇଥିଲେ।
ଏହାପରେ ଉଭୟ ଦଳ ଅଗ୍ରଣୀ ହେବାକୁ ଚେଷ୍ଟା କରିଥିଲେ। ଭାରତକୁ ମ୍ୟାଚ୍ର ୩୫ତମ ମିନିଟ୍ରେ ପୁଣି ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଏହାକୁ ଗୁରଜିତ କୌର ଗୋଲରେ ପରିଣତ କରି ଭାରତକୁ ୨-୧ରେ ଆଗୁଆ କରିଦେଇଥିଲେ।
ଜାପାନ ପକ୍ଷରୁ ସ୍ଥିତି ବରାବର କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ଭାରତୀୟ ଡିଫେନ୍ସ ଲାଇନ୍କୁ ଭେଦ କରିବା ସହଜ ହୋଇ ନଥିଲା। ଶେଷରେ ଭାରତ ୨-୧ରେ ମ୍ୟାଚ୍ଟିକୁ କବଜା କରିଥିଲା।

Related posts

ପ୍ରଥମ ଓଡିଆ ଭାବେ ହକି ଆନ୍ଥେମ୍ ପ୍ରସ୍ତୁତ କଲେ ପ୍ରେମା ନନ୍ଦ

Odisha Sports Bureau

ପୁରୁଷ ହକି ବିଶ୍ୱକପ୍ ପାଇଁ ଆଜି ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

Odisha Sports Bureau

ହର୍ମନପ୍ରୀତଙ୍କ ହ୍ୟାଟ୍ରିକ୍‌; ଭାରତ ୫-୪ରେ ବିଜୟୀ

Odisha Sports Bureau