Cricket

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଲେ ହାସନ

(ଓଡିଶା ସ୍ପୋର୍ଟସ ): ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଛନ୍ତି ପାକିସ୍ତାନ ପେସର ହାସନ ଅଲ୍ଲୀ । ଅଣ୍ଟା ଜନିତ ସମସ୍ୟା ଯୋଗୁ ସେ ସିରିଜରୁ ବାଦ ପଡ଼ିଛନ୍ତି । ସମାନ କାରଣରୁ ଗତ ବିଶ୍ୱକପ୍‌ଠାରୁ ସେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟଠାରୁ ଦୂରେଇ ରହିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ କର୍ମକର୍ତ୍ତା କହିଛନ୍ତି, ଏବେ କରାଯାଇଥିବା ଏମ୍‌ଆର୍‌ଆଇ ସ୍କାନ ରିପୋର୍ଟ ଦେଖିବା ପରେ ଡାକ୍ତର ଅଲିଙ୍କୁ ଆହୁରି ୪ ସପ୍ତାହ ବିଶ୍ରାମ ନେବାକୁ କହିଛନ୍ତି। ୨୫ ବର୍ଷୀୟ ଅଲି ପାକିସ୍ତାନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ସେ ୩ ଫର୍ମାଟରେ ମୋଟ ୧୪୮ ଉଇକେଟ ନେଇସାରିଛନ୍ତି। ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ ପାକିସ୍ତାନ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ଏପର୍ୟ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୫୩ ଦିନିକିଆ, ୩୦ ଟି୨୦ ଓ ୯ ଟେଷ୍ଟ ଖେଳିଛନ୍ତି।

Related posts

ଆଇପିଏଲ ପ୍ରିମିୟର ଲିଗ: ପରବର୍ତ୍ତୀ ଆଦେଶକୁ ଅପେକ୍ଷା

Odisha Sports Bureau

ମ୍ୟାଚ ମଝିରେ ରୋହିତଙ୍କୁ କୁଣ୍ଢାଇ ପକାଇଲେ ଫ୍ୟାନ

Odisha Sports Bureau

୧୦୦ତମ ଟି -୨୦ ମ୍ୟାଚ ଖେଳିବେନି ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟର ଡାଭି ୱାର୍ଣ୍ଣର

Odisha Sports Bureau