Cricket

ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା

(ଓଡ଼ିଶା ସ୍ପୋର୍ଟ): ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳାଯିବ। ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଅପରାହ୍ନ ସାଢ଼େ ଗୋଟିଏରୁ ଖେଳାଯିବ। ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଓ ଟେଷ୍ଟ ସିରିଜ୍ ହାରିବା ପରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧଓ୍ଵନ ଦଳକୁ ଫେରିଛନ୍ତି । ଅପରପକ୍ଷେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବେଳେ ହାତ ନମିଶାଇବା ଓ ସେଲ୍ଫି ନନେବାକୁ ବାରଣ କଲା ବିସିସିଆଇ ।
ସୂଚନାନୁଯାୟୀ, ଦକ୍ଷିଣ ଆଫ୍ରିକାର ଦିନିକିଆ କ୍ରିକେଟ ଯାତ୍ରା ଭାରତ ବିପକ୍ଷରେ ହିଁ ହୋଇଥିଲା । ଏହା ଥିଲା ୧୯୯୧ର କଥା । ସେହି ଦିନଠାରୁ ଏଯାଏଁ ଉଭୟ ଦେଶ ମଧ୍ୟରେ ୮୪ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଏଥିରୁ ୪୬ଟି ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ଭାରତ ୩୫ଟି ମ୍ୟାଚରେ ବିଜୟ ହାସଲ କରିଛି ।

Related posts

ବିରାଟ, ରୋହିତ କଳି: ମଧ୍ୟସ୍ଥତା କରିବ ବିସିସିଆଇ

Odisha Sports Bureau

ଦୀନେଶ କାର୍ତ୍ତିକଙ୍କୁ ନୂଆ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କଲା ଆରସିବି

ଭାରତର ବିସ୍ଫୋରକ ବ୍ୟାଟିଂ : ଶ୍ରୀଲଙ୍କାକୁ ୩୫୮ ରନର ଟାର୍ଗେଟ

Odisha Sports Bureau