Cricket

ଆଜି ବୀରେନ୍ଦ୍ର ସେହେୱାଗଙ୍କ ୪୦ତମ ଜନ୍ମଦିନ

ଟିମ ଇଣ୍ଡିଆର ସାହସୀ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗ ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି । ଯଦିଓ ସେହେୱାଗ କ୍ରିକେଟରୁ ଅବସର ନେଇ ସାରିଛନ୍ତି, ତଥାପି ତାଙ୍କର ବିସ୍ଫୋରକ ବ୍ୟାଟିଂକୁ କ୍ରିକେଟ ପ୍ରେମୀ ଭୁଲି ପାରି ନାହାନ୍ତି ।

ବର୍ଷ ୧୯୭୮ ଅକ୍ଟୋବର ୨୦ରେ ସେହେୱାଗ ହରିୟାଣାର ଏକ ଜାଠ ପରିବାରରେ ଜନ୍ମଲାଭ କରିଥିଲେ । ସେ ଥିଲେ ମା-ବାପାଙ୍କ ୩ୟ ସନ୍ତାନ । ନିଜର ଭିନ୍ନ ରୁଚିର ଖେଳ ପାଇଁ ଦର୍ଶକଙ୍କୁ ଆକର୍ଷଣ କରୁଥିଲେ । ସେଥିପାଇଁ ତାଙ୍କୁ ପ୍ରଶଂସକ ଭିନ୍ନ ଭିନ୍ନ ନାମରେ ଡାକିଥାନ୍ତି । କେହି କେହି ବୀରୁ କହୁଥିବା ବେଳେ ଅନେକ ପ୍ରଶଂସକ ‘ନଜଫଗଡ଼ର ନବାବ’ ବୋଲି ସମ୍ବୋଧନ କରିଥାନ୍ତି ।

୨୦୦୪ମାର୍ଚ୍ଚ ୨୮ରେ ପାକିସ୍ତାନର ମୁଲତାନ ଟେଷ୍ଟରେ ତ୍ରି-ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ବୀରୁ ୩୦୯ ରନ ଯୋଡ଼ିଥିଲେ । ଏହା ବ୍ୟତୀତ ସେହେୱାଗ ୨୦୦୮ରେ ତ୍ରି-ଶତକ ଯୋଡ଼ିଥିଲେ । ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ ୩୧୯(୪୨ ଚୌକା ଓ ୫ ଛକା) ରନ ସଂଗ୍ରହ କରିଥିଲେ ।

Related posts

କିକ୍ରେଟ ବିଶ୍ୱକପ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରୁଛି ନ୍ୟୁଜଲ୍ୟାଣ୍ଡ

Odisha Sports Bureau

ଚୌକା ମାରି ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲି

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau