Hockey

ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫି: . ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ

ସମକଟ୍ରେ ଅନୁଷ୍ଠିତ ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲ୍‌ଟେଜ୍ ମ୍ୟାଚ୍‌ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ଥରେ ସାମ୍ନାସାମ୍ନି ହେବେ। ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ ସମସ୍ତ ହକି ପ୍ରେମୀ ମାନେ ଆଗ୍ରହ ସହକାରେ ଅନେଇ ରହିଛନ୍ତି । ମ୍ୟାଚ୍ ରେ କିଏ ବାଜି ମାରିବ ତାହା ଦେଖିବାକୁ ବାକ ରହିଲା ।
ପୂର୍ବରୁ ଓମାନ୍‌କୁ ୧୧-୦ରେ ପରାସ୍ତ କରିବା ପରେ ଭାରତର ମନବଳ ଦୃଢ଼ ରହିଛି। ତେଣୁ ଦଳର ଟାର୍ଗେଟ୍‌ରେ ଏବେ ପାକିସ୍ତାନ ରହିଛି।
ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଦଳ ଏବେ ବେଶ୍‌ ଭଲ ପ୍ରଦର୍ଶନ କରୁଥିବା କହିଛନ୍ତି ଅଧିନାୟକ ମନପ୍ରିତ୍ ସିଂହ। ଓମାନ ବିପକ୍ଷରେ ୩ଟି ଗୋଲ୍‌ ସ୍କୋର୍‌ କରିଥିବା ଦୀଲପ୍ରିତ୍ ସିଂହ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ସେହିଭଳି ଭାରତ ରବିବାର ଜାପାନ, ୨୩ ତାରିଖରେ ମାଲେସିଆ, ୨୪ରେ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ ।

Related posts

ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Odisha Sports Bureau

ହକି ବିଶ୍ୱକପରେ ଝଲସିବ ତାରକସି କରୁକାର୍ଯ୍ୟ

Odisha Sports Bureau

ହକି ଟିମକୁ ଭବ୍ୟ ସ୍ୱାଗତ

Odisha Sports Bureau